ଆରମ୍ଭ ହେବ ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ

0
679

ଭୁବନେଶ୍ବର : ଆରମ୍ଭ ହେବ ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମର ଘୋଷଣା କରିଛନ୍ତି। ତେବେ ‘ଓଡିଶା-ମୋ ପରିବାର’ରେ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ ଓଡିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ବିଭିନ୍ନ ସମୟରେ ବିଦେଶରେ ରହୁଥିବା ଓଡିଆମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ବିଜୁ ଜନତା ଦଳର କର୍ମୀମାନେ କାମ କରିବେ ବୋଲି କହିବା ସହ ବିଜେଡିର ଏହି ପ୍ରୟାସ ରାଜ୍ୟବାସୀଙ୍କୁ ସେବା ଯୋଗାଇବାରେ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅରୁପ ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ଵ ଦିଆଯାଇଛି। ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ ଓ ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନଙ୍କୁ ସହ ଆବାହାକ ଦାୟିତ୍ଵ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here