ଦୀପାବଳୀ ଅବସରରେ ଟିମ କ୍ଲିନ ସିଟି ପକ୍ଷରୁ ଅସହାୟ ତଥା ବୃଦ୍ଧ କୁଷ୍ଠ ରୋଗୀଙ୍କୁ ସେବା ପ୍ରଦାନ।

0
706

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଆଲୋକର ପର୍ବ ଦୀପାବଳୀ ସହିତ ଆଜି ହେଉଛି ପବିତ୍ର କାଳୀପୂଜା। ଆଜିର ଦିନରେ ବାଣ ଫୁଟାଇବା ସହିତ କାଳୀପୂଜାର ଆନନ୍ଦ ଉଠାଇବା ପାଇଁ ସମସ୍ତେ ଉଲ୍ଲସିତ। ଅପରପକ୍ଷେ ସମାଜ ସୁଧାର କାର୍ଯ୍ୟରେ ନିୟୋଜିତ ଥିବା ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ଆଜି ସହରରେ ପ୍ରାଚୀରରୁ ପୋଷ୍ଟର ଚିରା ଅଭିଯାନ କରାଯାଇଥିଲା।
ପରେ ଟିମର ସଦସ୍ୟମାନେ ମାନବସେବା ଉଦ୍ଦେଶ୍ୟରେ ଅସହାୟ ଓ ଗରୀବ ବ୍ୟକ୍ତିର ସନ୍ଧାନରେ ଥିବାବେଳେ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ସମ୍ମୁଖରେ ରାସ୍ତାକଡରେ ବସିଥିବା ଜଣେ ବୃଦ୍ଧ ନଜରରେ ପଡ଼ିଥିଲେ। ଚାଲିବାକୁ ଅକ୍ଷମ ଏହି ବୃଦ୍ଧ ଜଣକ କୁଷ୍ଠରୋଗରେ ପୀଡିତ। ପିଚିରି ସାହୁ ନାମକ ଏହି ବ୍ୟକ୍ତିଙ୍କ ଘର ସୋନପୁରରେ ତେବେ କିଛି ବର୍ଷ ହେଲା ସେ ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ପାଖ କୁଷ୍ଠରୋଗୀ ବସ୍ତିରେ ରହୁଛନ୍ତି। ଭିକ୍ଷାବୃତ୍ତି କରି ପେଟ ପୋଷୁ ଥିବା ଏହି ବ୍ୟକ୍ତି ଜଣକ ଘୋଷାରି ଘୋଷାରି ବହୁଦୂର ଚାଲି ଆସିଥିବା ବେଳେ ଘରକୁ ପ୍ରତ୍ୟାବର୍ତ୍ତନ କରିବା କାଠିକର ପାଠ ଥିଲା। ଏଭଳି ପରିସ୍ଥିତିରେ ଟିମ କ୍ଲିନ ସିଟିର ସଦସ୍ୟମାନେ ପିଚିରୀଙ୍କ ଅନୁମତି କ୍ରମେ ତାଙ୍କୁ ଚୁଟି ଓ ଦାଢ଼ି ସଫା କରିବା ପରେ ପ୍ରାଥମିକ ଚିକିତ୍ସା ଦେଇଥିଲେ। ଏବଂ ନୂତନ ପୋଷାକ ପିନ୍ଧାଇ ତାଙ୍କୁ ରିକ୍ସାରେ ନିଜ ଘରକୁ ପଠାଇବାର ସହଯୋଗ କରିଥିଲେ। ଟିମ ପକ୍ଷରୁ ଏହା ୧୬ତମ ମାନବ ସେବା ହୋଇଥିବା ଜଣାପଡିଛି। ଆଗକୁ ଟିମ ପକ୍ଷରୁ ଏଭଳି ଅନେକ ସେବାକାର୍ଯ୍ୟ ଜାରି ରହିବାକୁ ଥିବାବେଳେ ଟିମ କ୍ଲିନ ସିଟିର ଏହି ମହତ କାର୍ଯ୍ୟକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here