ପାରିବାରିକ କଳହରୁ ହତ୍ୟାକାଣ୍ଡ ,ଛୁରା ମାଡ଼ରେ ଆହତ ଯୁବକଙ୍କ ମୃତ୍ୟୁ

0
450

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଗତ ୬ ତାରିଖ ଦିନ ଦୁଇ ପରି ବାରଙ୍କ ମଧ୍ୟରେ କୌଣସି କାରଣକୁ ନେଇଁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏଥିରେ ରୁଷି କର୍କରା ନାମକ ୨୭ ବର୍ଷୀୟ ଯୁବକଙ୍କ ଛୁରା ମାଡ଼ରେ ମୁନା ଭତରା ( ୩୦ ) ଗୁରୁତୁର ହୋଇ ପଡ଼ିଥିଲେ । ଗୁରୁତର ମୁନାଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୁନା ଭତରାଙ୍କ ମା ‘ ମରିଚମତି ଭତରା ତୁମନାଥ ଓ ରୁଷିଙ୍କ ସମେତ ଅନ୍ୟ ଦୁଇଜଣ ମହିଳାଙ୍କ ନାମରେ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ । ତେନ୍ତୁଳିଖୁଣ୍ଟି ପୁଲିସ ଅଭିଯୋଗ ଅନୁଯାୟୀ ରୁଷି ଏବଂ ତୁମନାଥ କର୍କରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମୁନା ଭତରାଙ୍କ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ର ତିନି ଘଣ୍ଟା ସମୟରେ ମୃତ୍ୟୁ ପରେ କେଶଟି ଭିନ୍ନ ମୋଡ଼ ନେଇଛି । ତେବେ ଆହତ ମୁନାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରୁଜୁ ହୋଇଥିବା କେଶଟି ବର୍ତ୍ତମାନ ହତ୍ୟା ମାମଲାରେ ପରିଣତ ହୋଇଥିବା ତେନ୍ତୁଳିଖୁଣ୍ଟି ଆଇଆଇସି ପ୍ରମୋଦ ନାୟକ ସୂଚନା ଦେଇଛନ୍ତି । ପୁଲିସ ସୂଚନା ମୁତାବକ କୁର୍ମାକୋଟ ଗ୍ରାମର ମୁନା ଭତରା ଏବଂ ତୁମନାଥ କର୍କରାଙ୍କ ପରିବାର ମଧ୍ୟରେ କୌଣସି ବିଷୟକୁ ନେଇଁ ବଚସା ହୋଇଥିଲା । ତେବେ ରୁଷି କର୍କର । ଏବଂ ତାଙ୍କ ବାପା ତୁମନାଥ କର୍କରା ମୁନା ଭତରାଙ୍କ ଘରକୁ ଯାଇ ଗଣ୍ଡଗୋଳ କରିଥିଲେ । ଗଣ୍ଡଗୋଳ ସମୟରେ ରୁଷି ଏକ ଛୁରା ଦ୍ଵାରା ମୁନା ଭତରାଙ୍କୁ ଛାତି ପାର୍ଶ୍ୱରେଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ମୁନାଙ୍କୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କୋରାପୁଟ ହସ୍ପିଟାଲରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ଅଧୁକ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ପଠାଯାଇଥିବା ବେଳେ ଗତକାଲି ରାତ୍ର ତିନି ଘଣ୍ଟା ସମୟରେ ମୁନାଙ୍କ ମୃତ୍ୟୁ ଘଟିଥୁଲା । ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ . ୧୦୫ / ୨୧ ଅନୁଯାୟୀ ରୁଜୁ ହୋଇଥୁବା ମାମଲାଟି ହତ୍ୟା ମାମଲା ଆଡକୁ ମୁହାଁଇଛି । ମରିଚମତିଙ୍କ ଏତଲା କ୍ରମେ ହତ୍ୟା ମାମଲାରେ ଜଡିତ ତୁମନାଥ ଏବଂ ରୁଷିଙ୍କ ପରିବାରର ଅନ୍ୟ ଦୁଇଜଣ ମହିଳାଙ୍କୁ ଥାନାକୁ ଆଣି ପୁଲିସ ତଦନ୍ତ ଚଳାଇଛି । ବିଶାଖାପାଟଣାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here