କାନ୍ଥ ଭୁଶୁଡ଼ି୧୦ ମାସର ପୁଅ ମୃତ

0
670

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଲଘୁଚାପ ପ୍ରକୋପରୁ ଅନବରତ ବର୍ଷା ଯୋଗୁଁ ଶୁକ୍ରବାର ସକାଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌଡ଼ଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳର ବଜ୍ରଗୁମା ଗାଁରେ ଗୋଟାଏ ମାଟିଘରର କାନ୍ଥ ଭାଙ୍ଗି ପଡ଼ିବାରୁ ଜଣେ ୧୦ ମାସର ପୁଅ ସତ୍ୟ ନାୟକର ମୃତ୍ୟୁ ଘଟିଛି ଏବଂ ସେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଆହତ ହୋଇଛନ୍ତି ମୃତ ଶିଶୁର ବାପା ,ମାଆ ଭଉଣୀ ଏବଂ ଜେଜିମା। ଗାଁ ଲୋକେ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଇଛନ୍ତି।

LEAVE A REPLY

Please enter your comment!
Please enter your name here