ଲାଲୁ ଯାଦବଙ୍କ ଅବସ୍ଥା ସଙ୍କଟାପନ୍ନ…

0
785

ରାଞ୍ଚି : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବା ଜଣାପଡିଛି । କ୍ରମାଗତ ଭାବେ ତାଙ୍କର ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଛି । ସେ ଖାଇବା ପିଇବା ପୂରା କମ୍ କରିଦେଇଛନ୍ତି । କିଛି ଦିନ ପୂର୍ବରୁ ଖବର ମିଳିଥିଲା ଯେ ସେ ଠିକ୍ ଭାବରେ ଚଲବୁଲା କରିପାରୁ ନାହାନ୍ତି ଓ ବିଛଣାରେ ଶୋଇ ରହିଛନ୍ତି ।ଗୋଖାଦ୍ୟ ମାମଲାରେ ସଜା କାଟୁଥିବା ଲାଲୁ ଯାଦବଙ୍କ ଦୁଇଟି କିଡନୀ ବିଶେଷ ଭାବେ କ୍ଷତିଗ୍ରସ୍ଥ ହୋଇଛି । । ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡିକେ ଝା କହିଛନ୍ତି ଯେ. ଇଫେକ୍ସନ ଯୋଗୁ ତାଙ୍କ ଅଣ୍ଟାରେ ଗୋଟେ ଘା’ ହୋଇଥିଲା। ତାଙ୍କୁ ଅଧିକ ଯନ୍ତ୍ରଣା ହେବାରୁ ଘା କୁ ଅପରେସନ କରି ଭଲ କରାଯାଇଛି। ଡାକ୍ତର ଝା କହିଛନ୍ତି ଯେ ଅତ୍ୟଧିକ ଆଣ୍ଟିବାୟୋଟିକ ଔଷଧ ଖାଇବାରୁ ତାଙ୍କ କିଡନି ଉପରେ ପ୍ରଭାବ ପଡିଛି। ସେଥିପାଇଁ ତାଙ୍କର କିଡନୀ ୩୭ ଭାଗ କାମ କରୁଥିବା ବେଳେ ୬୩ ଭାଗ ଆଉ କାମ କରୁନାହିଁ। ସପ୍ତାହେ ହେଲା ତାଙ୍କର ସ୍ବାସ୍ଥ୍ୟବସ୍ଥା ଅସ୍ଥିର ରହିଛି । ତାଙ୍କୁ ଦେଖିବାକୁ ଡାକ୍ତରଖାନାକୁ ସମ୍ପର୍କୀୟଙ୍କ ସୁଅ ଛୁଟୁଛି।ଲାଲୁ ମଧୁମେହ, ବ୍ଲଡ୍ ପ୍ରେସର୍, ଅର୍ଥୋରାଇଟିସ୍ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବିଗତ ବର୍ଷେ ହେଲା ତାଙ୍କର ଚିକିତ୍ସା ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଚାଲିଛି ।

LEAVE A REPLY

Please enter your comment!
Please enter your name here