ଦୁର୍ନୀତିଗ୍ରସ୍ତ ୬ ଅଧିକାରୀଙ୍କୁ ବରଖାସ୍ତ କଲେ ନବୀନ; ୪ଜଣଙ୍କ ପେନସନ୍ ବନ୍ଦ

0
661

ଭୁବନେଶ୍ଵର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ଆହୁରି କଡ଼ାକଡ଼ି କରି ସରକାରୀ ଚାକିରୀରୁ ୬ଜଣ ଅଧିକାରୀଙ୍କୁ ବହିଷ୍କୃତ କରିଥିବା ବେଳେ ୪ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।
ଭିଜିଲାନ୍ସ କୋର୍ଟରେ ଦୁର୍ନୀତି ସାବ୍ୟସ୍ତ ହେବା ପରେ ନବୀନ ପଟ୍ଟନାୟକ ବରଖାସ୍ତ କରିଥିବା ଅଧିକାରୀମାନେ ହେଲେ, ବାଣିଜ୍ୟ ଓ ପରିବହନ ବିଭାଗର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧୀନସ୍ଥ କୁଆରମୁଣ୍ଡା ତହସିଲ୍ର କନିଷ୍ଠ କିରାଣୀ ସଞ୍ଜିତ କୁମାର ରାୟ, ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରାଣୀ ଚିକିତ୍ସକ ଭାଗୀରଥି ବିଶ୍ବାଳ, ପଞ୍ଚାୟତିରାଜ ବିଭାଗର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧୀନସ୍ଥ କୁତ୍ରା ବ୍ଲକ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ୍ ଓ ବଣାଇଗଡ଼ ବ୍ଲକ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ। ପେନ୍ସନ୍ ସୁବିଧା ବନ୍ଦ ହୋଇଥିବା ଚାରି ଜଣ ଅଧିକାରୀ ହେଲେ, ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ମହାପ୍ରବନ୍ଧକ ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ୍ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପ୍ରତିଷ୍ଠାନ ଅଧିକାରୀ ରବୀନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ମହାନ୍ତି। ସେହିପରି ବିଭିନ୍ନ ଅଧିକାରୀଙ୍କ ବିରୋଧରେ ଥିବା ମାମଲାଗୁଡିକର ତଦନ୍ତ ସହ ତର୍ଜମା ଜାରି ରହିଛି। ତେଣୁ ଆଗକୁ ମଧ୍ୟ ବରଖାସ୍ତ ଅଧିକାରୀଙ୍କ ତାଲିକା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here