ବ୍ରହ୍ମପୁରରେ ଟିମ କ୍ଲିନ ସିଟିର ସାମାଜିକ କାର୍ଯ୍ୟ ଜାରି; ରାସ୍ତାକଡରୁ ୧୫ତମ ବ୍ୟକ୍ତିଙ୍କୁ ଉଦ୍ଧାର

0
854

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ସମାଜ ସୁଧାର କାର୍ଯ୍ୟରେ ନିଜେ ସାମିଲ ହୋଇ ଅନ୍ୟକୁ ଏଥିପାଇଁ ପ୍ରବର୍ତ୍ତାଇବା ସମସ୍ତ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ଏଭଳି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବ୍ରହ୍ମପୁରର ଟିମ କ୍ଲିନ ସିଟି ସଦସ୍ୟମାନେ। ସହରରେ ଏଣେତେଣେ ବୁଲୁଥିବା ତଥା ରାସ୍ତାକଡରେ ଜୀବନ ବିତାଉଥିବା ଅସହାୟ ଵ୍ୟକ୍ତିଙ୍କୁ ନୂତନ ଜୀବନ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ଟିମର ସଦସ୍ୟମାନେ। ଗତ ରାତିରେ ପ୍ରବଳ ବର୍ଷା ହେଉଥିବା ସମୟରେ ଟିମ କ୍ଲିନ ସିଟି ସଦସ୍ୟ ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ନଜରରେ ଆସିଥିଲେ ଜଣେ ନିରାଶ୍ରୟ ଗରିବ ବୃଦ୍ଧା। କମାପଲ୍ଲୀ ବସଷ୍ଟପରେ ରାତ୍ରିଯାପନ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲେ। ତୁରନ୍ତ ସେ ଟିମର ଅନ୍ୟ ସଦସ୍ୟଙ୍କୁ ସୂଚନା ଦେବାପରେ ସଦସ୍ୟମାନେ ସେଠାରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଗେଟ ବଜାର ନିକଟସ୍ଥ ଆଶ୍ରୟ ସ୍ଥଳରେ ପହଞ୍ଚାଇଥିଲେ। ଏହା କ୍ଲିନ ଟିମ ସିଟିର ୧୫ତମ ଉଦ୍ଧାର କାର୍ଯ୍ୟ। ଟିମ ସଦସ୍ୟଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

LEAVE A REPLY

Please enter your comment!
Please enter your name here