ପ୍ରବଳ ବର୍ଷା ଯୋଗୁଁ ଆସନ୍ତା କାଲି ୮ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

0
686

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ବିଭିନ୍ନ ସହରର ଅବସ୍ଥା ବେହାଲ ହୋଇଯାଇଛି। ଆସନ୍ତା ୪୮ ଘଣ୍ଟା ଯାଏଁ ଆହୁରି ବର୍ଷା ସମ୍ଭାବନା ଥିବାରୁ ୮ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଶୁକ୍ରବାର ଛୁଟି ଘୋଷଣା କରିଛନ୍ତି। କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ପୁରୀ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି ହେଲେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲ ଓ ଅଙ୍ଗନବାଡି ଯିବା ପାଇଁ କୁହାଯାଇଛି

LEAVE A REPLY

Please enter your comment!
Please enter your name here