ରାଇକିଆ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଆଲୋଚନା ଚକ୍ର

0
702

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଇଂରାଜୀ ବିଭାଗ ତରଫରୁ ” Ernest heming way’s “The Old man and the Sea” : a pragmatic study ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅଧକ୍ଷ ଡଃ ପ୍ରଦୀପ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ଆବାହକ ଅଧ୍ୟାପକ ପ୍ରଭାକର ରାଜୁଙ୍କ ପ୍ରେରଣାରେ ଇଂରାଜୀ ବିଭାଗ ଶେଷବର୍ଷ ଛାତ୍ରୀ ରୁପିନା ଦିଗାଳ ପ୍ରଦତ୍ତ ବିଷୟ ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ଝରଣା ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିନୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ସମୟରେ ଉଠିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଅଧ୍ୟାପକ ପ୍ରଭାକର ରାଜୁ ଓ ଅଧ୍ୟାପକ ଶଙ୍କରସନ ସାହୁ ଦେଇଥିଲେ। ଉକ୍ତ ପାଠଚକ୍ରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here