ଗଜପତି ଜିଲ୍ଲା ମୋହନା ପୋଲିସକୁ ମିଳିଛି ବଡ ସଫଳତା

0
694

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ପୋଲିସ ରାତ୍ରକାଳୀନ ପେଟ୍ରେଲିଙ୍ଗ କରୁଥିବା ସମୟରେ ଗଞ୍ଜେଇ ଥିବା ୭ଗୋଟି ଜରିବସ୍ତା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ସାମ୍ବାଦିକ ସମ୍ମିଳନୀରେ ଆର.ଉଦୟଗିରି ଏସଡିପିଓ ଶ୍ରୀ ଅଶୋକ କୁମାର ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ଭାଲିଆଗଣ୍ଡା ଗାଁର ଥୋମାସ୍ ନାୟକ ଓ ସମୁଦାୟ ଜବତ ଗଞ୍ଜେଇର ପରିମାଣ ୧୮୦ କିଲୋ ଏବଂ ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଭୋର ପ୍ରାୟ ୬ଘଣ୍ଟା ସମୟରେ ମୋହନା ଥାନା ଏସଆଇ ହେମନ୍ତ କୁମାର ସେଠୀ ଓ କର୍ମଚାରୀ ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ବାରିଆବନ୍ଧ ଗାଁ ପାଖରେ ଏକ ଲଟାବୁଦା ନିକଟରେ ଜଣେ ବ୍ୟକ୍ତିକୁ ଛିଡା ହୋଇ ରହିଥିବା ଦେଖିବାକୁ ପାଇଲେ । ତା’ ନିକଟରେ ୭ଗୋଟି ଜରିବସ୍ତାକୁ ଦେଖି ସନ୍ଦେହଜନକ ଭାବେ ତଲାସି କରିଥିଲେ ଏହାପରେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡିଥିଲା । ପୋଲିସ ଏହି ମାମଲାକୁ ନେଇ କେସ୍ ନଂ ୧୮୯/୧୯ରେ ମକଦମା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here