ବର୍ଷା ବିତ୍ପାତ: ଗଜପତିରେ ପୁଣି ଧସିଲା ପାହାଡ଼, ଧନଜୀବନ ପ୍ରଭାବିତ।

0
740

ଗଜପତି (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ପ୍ରବଳ ବର୍ଷାରୁ ନିସ୍ତାର ନାହିଁ। ପାହାଡ଼ରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଧସୁଛି ଅତଡ଼ା। ପାହାଡ଼ରୁ ଅତଡ଼ା ଖସି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୫ରୁ ଅଧିକ ପରିବାରର ୩୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ବହୁ ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଦୁଇଦିନ ଧରି ଲଗାଣ ବର୍ଷାରେ ଗଞ୍ଜାମ, ପୁରୀ ଜିଲ୍ଲା ସମେତ ଗଜପତି ଜିଲ୍ଲାରେ ହୋଇଛି ଅଧିକ ବର୍ଷା। ଗଜପତି ଜିଲ୍ଲାରେ ଗତ ୨୪ଘଣ୍ଟାରେ ୧୦୦.୬ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଗୁମ୍ମା ବ୍ଲକରେ ୧୪୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାହାଡ଼ ଉପରେ ଅନବରତ ବର୍ଷା ଯୋଗୁଁ ଅତଡ଼ା ଧସିଛି। ଆହୁରି ଅନେକ ସ୍ଥାନରେ ବିପଦଶଙ୍କୁଳ ଥିବା ସ୍ଥିତିରେ ରହିଛି। ବର୍ଷା ଲାଗି ରହିଥିବାରୁ ଆଗକୁ ଆହୁରି ସ୍ଥିତି ସଂଗୀନ ହେବ ବୋଲି ଆଶଙ୍କା କରାଯାଉଛି।
ଖବର ପାଇବା ପରେ ପ୍ରଶାସନିକ ଟିମ ଘଟଣାସ୍ଥଳରେ ପହଞ୍ଚି ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି। ପାହାଡ଼ ତଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି। ସ୍ଥିତି ଉପରେ ନଜର ରଖିବା ସହ ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here