ବାଦଗଡ଼ ଗାଁ ପରାଜିତ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା

0
721

ଗଞ୍ଜାମ/ଶେରଗଡ଼ (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ପଞ୍ଚାୟତର ବାଦଗଡ଼ ଗାଁରେ ଏକ ବର୍ଷ ବ୍ୟବଧାନ ପରେ ପୁଣି ହତ୍ୟା ଉଦ୍ୟମ ଆରମ୍ଭ ହୋଇଛି । ଉକ୍ତ ଗ୍ରାମର ବାବୁ ପ୍ରଧାନଙ୍କୁ ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ବେଳେ ଗ୍ରାମ ସ୍ଥିତ ଶିବ ମନ୍ଦିର ରାସ୍ତାରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଖଣ୍ଡାରେ ହଣା ଯାଇଛି । ଫଳରେ ବାବୁ ପ୍ରଧାନ ଗୁରୁତର ହେବା ସହ ଅଚେତ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଶେରଗଡ଼ ଡାକ୍ତର ଖାନା ଓ ପରେ ୧୦୮ଯୋଗେ ବ୍ରହ୍ମପୁର ସ୍ଥାନାନ୍ତରଣ କରାଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। । ବାବୁ ପ୍ରଧାନ କିଛି ଦିନ ଜେଲ ସଜ୍ଜା କାଟି ଫେରିଥିଲେ କିନ୍ତୁ ବାଦଗଡ଼ ଗ୍ରାମରେ ରହୁ ନଥିଲେ । କୋଠିଶାଳା ଯାତ୍ରା ନିମନ୍ତେ ଗାଁ’କୁ ଯାଇଥିଲେ । ଆଜି ସନ୍ଧ୍ୟାବେଳେ ଦୃବୃତ୍ତମାନେ ବାବୁ ଗ୍ରାମ ସ୍ଥିତ ଶିବ ମନ୍ଦିର ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରି ମୁଣ୍ଡ, ଗୋଡ଼,ହାତ,ପିଠିରେ ଖଣ୍ଡାରେ ହାଣି ଅଚେତ ଅବସ୍ଥାରେ ଛାଡି ଚାଲି ଯାଇଥିଲେ । ବାବୁଙ୍କ ମୁଣ୍ଡ, ଦୁଇ ହାତ, ଦୁଇ ଗୋଡ଼, ପେଟ, ପିଠିରେ ୨୦ରୁ ଅଧିକ ଖଣ୍ଡା ଓ କାତି ଚୋଟ ପଡ଼ିଥିଲା । କିନ୍ତୁ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନଠୁ ବାଦଗଡ଼ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ଛକାପଞ୍ଝା ଓ ରାଜନୈତିକ ଶତ୍ରୁତା ହିଁ ତାଙ୍କର ପ୍ରାଣ ନେଇଗଲା ବୋଲି ଚର୍ଚ୍ଚା ହେଉଛି । ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here