ଭାରତର ବିରାଟ ବିଜୟ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ କ୍ଲିନ୍ ସ୍ୱିପ

0
689

ରାଞ୍ଚି : ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୀପାବଳି ଭେଟି । ରାଞ୍ଚିରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ୨୦୨ ରନ୍ରେ ହରାଇ ସିରିଜ କ୍ଲିନସ୍ୱିପ କରିଛି ବିରାଟ ଆଣ୍ଡ କୋ । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପ୍ରଥମ ଥର ପାଇଁ ୩-୦ରେ ସିରିଜ କବଜା କରିଛି । ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୯୭ ରନ୍ କରିଥିଲା। ହେଲେ ଭାରତୀୟ ଦଳ ପ୍ରତିପକ୍ଷର ଦକ୍ଷିଣ ଆଫ୍ରିକା ଦଳକୁ ମାତ୍ର ୧୬୨ ରନରେ ଅଲଆଉଟ୍ କରିଦେଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳ ଫଲୋଅନ୍ ଖେଳିଥିଲା। ସୋମବାର ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକା ଟିମ୍ ମାତ୍ର ୧୩୨ ରନରେ ୮ଟି ୱିକେଟ୍ ହରାଇବା ପରେ ଅମ୍ପାୟାର ତୃତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ।ବିଜୟ ପାଇଁ ଦୁଇ ୱିକେଟ ପଛରେ ଥିବା ଭାରତୀୟ ଦଳ ମଙ୍ଗଳବାର ୧୩୩ ରନ୍ରେ ଦକ୍ଷିଣ ଆଫ୍ରିକାକୁ ଅଲ୍ଆଉଟ୍ କରିଦେଇଛି। ଏଥିସହିତ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇ ଭାରତ ସିରିଜ ବିଜୟ ଲାଭ କରିଛି। ଏହି ସିରିଜ ଭାରତ ପାଇଁ ନିଶ୍ଚିତ ଭାବେ ଭାଗ୍ୟବାନ ସାବ୍ୟସ୍ତ ହୋଇଛି। କାହିଁକି ନା, ଟିମ୍ ଇଣ୍ଡିଆର ବହୁ ଖେଳାଳୀ ଏହି ସିରିଜରେ ବିଶ୍ୱ ରେକର୍ଡ କରିଛନ୍ତି।

LEAVE A REPLY

Please enter your comment!
Please enter your name here