ମନ୍ତ୍ରୀମାନଙ୍କୁ ନଵୀନଙ୍କ ପରାମର୍ଶ : ବିଭିନ୍ନ ଜିଲ୍ଲାର ସ୍କୁଲ, ଅନାଥ ଆଶ୍ରମ, ଯାଇ ସ୍ଥିତି ପରଖ

0
668

ଭୁବନେଶ୍ବର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀ ମାନେ ବାହାରେ ମଧ୍ୟାହ୍ନ ଭୋଜନ ନ କରି ଅନାଥାଶ୍ରମ,ଭିନ୍ନକ୍ଷମ ଏବଂ ଶିଶୁ ମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାରକେନ୍ଦ୍ର ଅନାଚକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।ଏହାଦ୍ବାରା ଉପରୋକ୍ତ ଅନୁଷ୍ଠାନମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ । ଏହା ସେ ସବୁ ଅନୁଷ୍ଠାନମାନଙ୍କର ପରିଚାଳନାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ । ଏହି ଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ସହ ସାଥିରେ ଯେପରି ୩-୪ ଜଣରୁ ଅଧିକ ଲୋକ ନଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତ୍ରୁତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here