୬୦ତମ ପୋଲିସ ସହୀଦ ଦିବସ ପାଳିତ

0
729

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ବ୍ରହ୍ମପୁର ପୋଲିସ ପକ୍ଷରୁ ଆମ୍ବପୁଆଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆରେ ଆଜି ୬୦ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଅନୁଷ୍ଠିତ ପ୍ୟାରେଡରେ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ ବର୍ଷ ସହୀଦ ହୋଇଥିବା ପୋଲିସ ଓ ସୁରକ୍ଷା କର୍ମୀଙ୍କ ନାମ ପାଠ କରିଥିଲେ । ପରେ ସହୀଦ ସ୍ତମ୍ବ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅତିରିକ୍ତ ପୁଲିସ ଏସପି ପ୍ରଭାତ ରାଉତରାୟ, ଏସଡିପିଓ ବିଷ୍ଣୁ ପତି, ଡିଏସପି ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଥାନାର ଥାନାଧିକାରୀ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିଭଳି ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଅନୁରୂପ ଭାବେ ଛତ୍ରପୁର ଠାରେ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ପ୍ୟାରେଡ଼ରେ ଗଞ୍ଜାମ ଏସ ପି ବ୍ରିଜେଶ ରାୟ ଅଭିବାଦନ ଗ୍ରହଣ କରିବା ସହ ସହୀଦମାନଙ୍କ ନାମ ପାଠ କରିଥିଲେ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here