ଡ୍ରିମ ପ୍ରୋଜେକ୍ଟ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା। ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ କୃତକାର୍ଯ୍ୟ ଉପରେ ଗୁରୁତ୍ୱ।

0
699

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଆଗକୁ ମାଟ୍ରିକ ପରୀକ୍ଷା। ଦିନ ଥାଉ ଥାଉ ପିଲାଙ୍କୁ ଉଚିତ ଶିକ୍ଷାଦାନ ଓ ମାର୍ଗଦର୍ଶନ କରି ହେଉଭଳି ସମଗ୍ର ଜିଲ୍ଲାରେ ଭଲ ଫଳାଫଳ ହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଡ୍ରିମ ପ୍ରୋଜେକ୍ଟ ଆରମ୍ଭ କରାଯାଇ ଏହାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଡ୍ରିମ ପ୍ରୋଜେକ୍ଟ ଜରିଆରେ ଆଗାମୀ ମାଟ୍ରିକ ପରୀକ୍ଷାରେ କେବଳ ଯେ ପରୀକ୍ଷାର୍ଥୀମାନେ ଶତ ପ୍ରତିଶତ କୃତକାର୍ଯ୍ୟ ହେବେ ଏହାନୁହଁ ବରଂ ଏ ପ୍ଳୁସ ଗ୍ରେଡରେ ସଫଳତା ହାସଲ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି।
ଏନେଇ ଆଜି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରେକ୍ଷାଳୟରେ ଏକ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଉପସ୍ଥିତ ଥିଲେ। କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here