ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ସାଉଥ୍କୋ ମିଟର ରିଡର ସଂଘର ଚେତାବନୀ।

0
590

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ସାଉଥକୋ ଅଧୀନରେ କାର୍ଯ୍ୟରତ ମିଟର ରିଡରମାନଙ୍କ ଦରମା ବୃଦ୍ଧି କରିବା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଆଗକୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ମିଟର ରିଡର ଶ୍ରମିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଦୀର୍ଘ ୧୫ବର୍ଷ ହେବ ସେମାନେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଉଚିତ ପ୍ରାପ୍ୟ ପାଇପାରୁନାହାନ୍ତି ବୋଲି ଜଣାଇବା ସହ ଆଗାମୀ ଦିନରେ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରାଗଲେ ଆଇନକୁ ହାତକୁ ନେବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ସୁଚନାଯୋଗ୍ୟ ଯେ ଦକ୍ଷିଣଓଡ଼ିଶାର ୮ଟି ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କୁ ମିଟର ରିଡିଂ ସେବା ଯୋଗାଇ ଆସୁଥିବା ପ୍ରାୟ ୩ହଜାରରୁ ଉର୍ଦ୍ଧ ମିଟର ରିଡର ଶ୍ରମିକଙ୍କୁ ଉଚିତ ମଜୁରୀ ମିଳୁନଥିବାରୁ ଗତ କିଛି ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଗତ ମାସ ଭୁବନେଶ୍ୱର ଶ୍ରମ ନିର୍ଦେଶାଳୟ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ଏବଂ ଠିକାଦାରମାନଙ୍କର ମତାମତ ଓ ଶ୍ରମ ନିର୍ଦେଶାଳୟର ଆଲୋଚନା କ୍ରମେ ମିଟର ରିଡିଂ କାର୍ଯ୍ୟ ସହିତ ବିଲ କଲେକ୍ସନ ପାଇଁ ସମାଧାନର ବାଟ ବାହାରିଥିଲା। ଏଥିରେ ସଂଘର ସହମତି ଥିଲେ ସୁଧା ଏହାକୁ କାର୍ଯ୍ୟକାରୀ କରାନଯାଇ କାର୍ଯ୍ୟରତ କର୍ମଚାରୀଙ୍କ ସ୍ୱଳ୍ପ ଦରମାକୁ ପୁଣି କଟାଯାଉଛି। ପୁର୍ବରୁ ସାଉଥକୋ ମିଟର ରିଡର ଶ୍ରମିକ ସଂଘ ନିଜର ସମସ୍ୟା ସମ୍ପର୍କରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କ ଠାରୁ ଆରମ୍ଭ କରି ଶ୍ରମ ନିର୍ଦ୍ଦେଶାଳୟ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରିଥିଲେହେଁ କୌଣସି ସୁଫଳ ମିଳିନଥିବା ସଙ୍ଘ ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here