ପାରଳାଖେମୁଣ୍ଡି  ପୌରପାଳିକର ଓ କାଶିନଗର ବିଜ୍ଞାପିତ ଅଞ୍ଚଳଚୂଡାନ୍ତ ଭୋଟର ତାଲିକା ପ୍ରକାଶ

0
361

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୌର ନିର୍ବାଚନଓ ବିଜ୍ଞପିତ ଅଞ୍ଚଳ ପରିଷଦ ନେଇ   ପ୍ରକାଶ ପାଇଥିବା ବେଳେ ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି l ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପାଳିକାର ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି l ଗଜପତି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡା,ପୌରପାଳିକାର ଚୂଡାନ୍ତ ଭୋଟର ତାଲିକା ଜିଲାପାଳଙ୍କ ସମ୍ମିଳିନ କକ୍ଷରେ ସିଡି ଏବଂ ଭୋଟର ତାଲିକା ଉନ୍ମୋଚନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା,ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା,ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ମାଝୀ, ଓ କାଶୀନଗର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ଓସମସ୍ତ ରାଜନୈତିକ ଦଳର ପ୍ରମୁଖ ନେତାଙ୍କ ଉପସ୍ଥିତ ରେ ପ୍ରାପ୍ତ ସୂଚନା ଅନୁସାରେ ପାରଳାଖେମୁଣ୍ଡି ପୌରପରିଷଦରେ ଭୋଟର ତାଲିକା ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ର ଭୋଟର ତାଲିକା ଏବଂ ସିଡି ପ୍ରକାଶ ପାଇ ଥିବା  ସୂଚନା ପ୍ରଦାନ କରିଛନ୍ତି ଗଜପତି ଜିଲ୍ଲା ପ୍ରଶାସନିକ ପକ୍ଷରୁ।.
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here