ଶ୍ରୀରାମ ନଗର ଯୁବକ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

0
311

ବ୍ରହ୍ମପୁର() ରବିବାର ଦିନ ଶ୍ରୀରାମ ନଗର ଯୁବକ ସଂଘ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ସେଠାକାର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ 5ଟି ବିଭାଗର ଡ଼କ୍ଟର ମାନେ ଆସି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ l ସନମାନିତ ଅତିଥିଭାବେ ଅର୍ଜୁନ ପୁରସ୍କାର ପ୍ରାପ୍ତ କେ ରବି କୁମାର, ଆଇନଜୀବୀ ପ୍ରଦୀପ କୁମାର ବେହେରା, ଯୁବ ସଭାପତି ଅଜିତ କୁମାର ପଣ୍ଡା, ପୂର୍ବତନ କର୍ପୋରେଟର ଅନିଲ ନାୟକ, ଆର. ମୁରଲୀ ମୋହନ, ସୁରେନ୍ଦ୍ର ମହାରଣା,ଏସ ଏ. ଖଲିଲ,ବଡବଜ଼ାର ଥାନା ଅଧିକାରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ଯୁବନେତା ପିଣ୍ଟୁ ବେହେରା ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲିଟୁ ବେହେରା, ଜୁଲୁ ମହାନ୍ତି, ବାବୁଲ ମହାନ୍ତି, କବିର ପାତ୍ର, ସିଟୁ ରାଉଳ,ଭିକି ମହାନ୍ତି, ଶିବ ମିଶ୍ର, ପ୍ରଭାକର ସାହୁ, ସନ୍ତୋଷ ଜେନା, ନରସିଂହ ପଣ୍ଡା, ଜଟିନ ମହାନ୍ତି, ଆଶିଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here