ଏମ୍ କେ ସି ଜି ମେଡିକାଲ କଲେଜକୁ ମରଣୋତ୍ତର ଭାବେ ନିଜ ଶରୀର ଦାନ କଲେ ଡାକ୍ତର।

0
1969

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ପ୍ରତ୍ୟେକ ମନୁଷ୍ୟର କିଛିନା କିଛି ଇଛା ରହିଥାଏ। ସେଥି ମଧ୍ୟରୁ କିଛି ଜୀବନକାଳରେ ପୂର୍ଣ୍ଣ ହୋଇଥାଏ ତ ଆଉକିଛି ମରଣୋତ୍ତର ଭାବେ ପୁର୍ଣ୍ଣ ହୋଇଥାଏ। ତେବେ ଏଭଳି କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ସମାଜରେ ନିଜର ତ୍ୟାଗ ଓ ବିଳିଦାନ କାରଣରୁ ସବୁଦିନ ପାଇଁ ସ୍ମରଣୀୟ ହୋଇରହିଥାନ୍ତି। ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁରରେ ମରଣପରେ ସାଧାରଣତଃ ମରଶରୀରକୁ ପୋଡି ବା ଦାହ କରି ସଂସ୍କାର କରାଯାଇଥାଏ। କିନ୍ତୁ ଏଥିରେ ବ୍ୟତିକ୍ରମ କରି ବ୍ରହ୍ମପୁରର ଜଣେ ଅବସରପ୍ରାପ୍ତ ଡାକ୍ତର ଗୌର ଚନ୍ଦ୍ର ଚୌଧୁରୀ ଜୀବିତ ଅବସ୍ଥାରେ ନିଜର ଶେଷ ଇଛା କରିଥିଲେ ଯେ ତାଙ୍କର ମୃତ୍ୟୁ ପରେ ତାଙ୍କ ଶରୀରକୁ ଦାହ ନକରି ବରଂ ସମ୍ପୂର୍ଣ୍ଣ ଶରୀରକୁ ଏମ୍ କେ ସି ଜି ମେଡିକାଲ କଲେଜକୁ ଦାନ କରାଯିବ। ଆଉ ଗତ କିଛିଦିନ ଶଯ୍ୟାଶାୟୀ ହେବାପରେ ଆଜି ପୂର୍ବାହ୍ନରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ଫଳରେ ବାପାଙ୍କ ଶେଷ ଇଛା ପୂରଣ କରିବାକୁ ଯାଇ ତାଙ୍କ ପରିବାର ଲୋକେ ଆଜି ସ୍ବର୍ଗତ ଡାକ୍ତର ଗୌର ଚନ୍ଦ୍ର ଚୌଧୁରୀଙ୍କ ସମ୍ପୂର୍ଣ୍ଣ ମରଶରୀରକୁ ଏମ୍ କେ ସି ଜି ମେଡିକାଲ କଲେଜକୁ ହସ୍ତାନ୍ତର କରିଥିଲେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ଓ ଭେଷଜ ବିଜ୍ଞାନରେ ଅଧିକ ଗବେଷଣା ପାଇଁ ମନୁଷ୍ୟ ମରଶରୀରର ଆବଶ୍ୟକତା ଥିବାବେଳେ ଏହାର ଘୋର ଅଭାବ ରହିଛି। ସ୍ବର୍ଗତ ଡାକ୍ତର ଚୌଧୁରୀଙ୍କ ଭଳି ବଦାନ୍ୟ ବ୍ୟକ୍ତିଙ୍କ ଯୋଗୁଁ ଏଭଳି ଅଭାବକୁ ଦୂର କରାଯାଇପାରିବ ବୋଲି କୁହାଯାଇଛି। ଏହା ପୂର୍ବରୁ ୩ଜଣଙ୍କ ମରଶରୀର ମେଡିକାଲ କଲେଜକୁ ଦାନ ହୋଇସାରିଥିବା ବେଳେ ଏହା ୪ର୍ଥ ଦାନ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here