ବିନା ଭକ୍ତଙ୍କ କଭିଡ କଟକଣା ଭିତରେ ସ୍ନାନ ପୂର୍ଣ୍ଣିମା ପାଳିତ

0
275

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ସ୍ନାନ ପୂର୍ଣ୍ଣିମା ଆଜି କେବଳ ଜଗନ୍ନାଥ ମନ୍ଦିର ର ସେବାୟତଙ୍କ ଦ୍ବାରା ବିନା ଭକ୍ତଙ୍କ ସମାଗମ ରେ ସମାପନ ହୋଇଯାଇଛି। ଏହି ଅବସରରେ ଆଜି ସକାଳୁ ୧୦.୦୦ଘଣ୍ଟା ସମୟରେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ମା ଶୁଭଦ୍ରା ଦେବୀ ଙ୍କୁ ନୂତନ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରାଯାଇଥିଲା, ତା’ପରେ ତିନି ଠାକୁରଙ୍କ ନୀତି କାନ୍ତି ଅନୁସାରେ ପଇଡ଼ ପାଣି, ଗଙ୍ଗା ପାଣି, ସହିତ ସ୍ନାନ କରି ଚନ୍ଦନ ଲେପନ କରାଯାଇଥିଲା ଏବଂ ଯାହା କିଛି ନିତି କାନ୍ତି ଅନୁସାରେ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା। ଏହା ସହିତ ଠାକୁର ଙ୍କୁ ଗଜାନନ ବେଶ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି, ଏହି ଅବସରରେ ଆଜି ସକାଳୁ ୬.୦୦ଘଣ୍ଟା ସମୟରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ମନ୍ଦିର ଅଞ୍ଚଳ ସିଲ୍ କରାଯିବା ସହ ୧୪୪ଧାରା ଲାଗୁ କରାଯାଇଛି। ବିନା ଭକ୍ତଙ୍କ ଭିଡ଼ ରେ କଭିଡ କଟକଣା ନିୟମ ଅନୁସାରେ କାର୍ଯ୍ୟକ୍ରମ କରାଯାଇଛି,ପୂର୍ବଦିନ ରୁ ସମସ୍ତ ସେବାୟତ ସହ କିଛି କମ୍ମିଟି ସଭ୍ୟ ଙ୍କୁ ମଧ୍ୟ କଭିଡ ନିୟମ ଅନୁସାରେ କୋରନା ଏଣ୍ଟିଜେଣ୍ଟ ପରିକ୍ଷଣ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଡିଏମ୍ ତଥା ଉପଜିଲ୍ଲାପାଳ ଦାଇତ୍ୱ ରେ ଥିବା ଶଗ୍ରାମ କେଶରୀ ପଣ୍ଡା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନି, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସହିତ ସଂପୂର୍ଣ୍ଣ ପୁଲିସ ମୁତୟନ କରାଯାଇଥିବା ବେଳେ ଆଜି ର ସମସ୍ତ କାର୍ଯ୍ୟକ୍ରମ ସାନ୍ତି ଶୃଙ୍ଖଳା ଭାବରେ ସମାପନ ହେବା ଦେଖିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here