ରାସ୍ତା ମଝିରେ ୩ ଜଣଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

0
577

ପିପିଲି (ନ୍ୟୁଜ୍ ଏକ୍ସଟ୍ର।): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେ ଘଟିଛି ଟ୍ରିପଲ ମର୍ଡର।  ରାସ୍ତା ମଝିରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ସଦାନନ୍ଦପୁର ଗାଁର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା।

ଏହି ତିନିଜଣ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିଲେ। ଏହି ସମୟରେ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଥିଲା ଅତ୍ୟନ୍ତ ଭୟଙ୍କର। ଘଟଣାସ୍ଥଳରେ ହିଁ ତିନିଜନଙ୍କର ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here