ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0
258

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଖଲ୍ଲିକୋଟ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବିରାଟ ରାଲି ରେ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା ।ଶତାଧିକ ବିଜେଡି ନେତା ଓ କର୍ମୀ ରାଲି ରେ ସାମିଲ ହୋଇଥିଲେ ।ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବିଜେଡି ର ସ୍ଥାନୀୟ ନେତୃବୃନ୍ଦ ।ନିଜ ନିଜର ଅଭିଭାଷଣ ରେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ କଥା ମନେ ପକାଇ ଥିଲେ ବକ୍ତା ମାନେ ।ଏହି ଜନ ସମ୍ପର୍କ ପଦଯାତ୍ରା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଖଲ୍ଲିକୋଟ ବ୍ଳକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ଏନଏସି ମହିଳା ସଭାପତି ଅଳକା ପଟ୍ଟନାୟକ, ଆତ୍ମା ଅଧ୍ୟକ୍ଷ ବିମ୍ବାଧର ତ୍ରିପାଠୀ, ସମ୍ପାଦକ ଏସ. ନିଳାଅଂଚଳ ଦୋରା, ପୂର୍ବତନ ନଗରପାଳ ରାମମୋହନ ପଣ୍ଡା, ଯୁବନେତା ଦୈତାରୀ ବେହେରା, ରତ୍ନାକର ସାହୁ, ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ବିଜେଡି ନଗର ସଭାପତି କେ. ନରେନ୍ଦ୍ର ପାତ୍ର, ବ୍ଳକ ସଭାପତି ଗଙ୍ଗାଧର ଖୁଣ୍ଟିଆ, ଶ୍ରୀ ନିବାସ ସାହୁ ଏବଂ ବହୁ ନେତା ଓ କର୍ମୀ ସାମିଲ ଥିଲେ ।ସେଠାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ବୃଦ୍ଧଆଶ୍ରମ ରେ ଅନ୍ତେବାସୀଙ୍କୁ ମଧ୍ୟ ଫଳ ବଣ୍ଟନ କରିଥିଲେ ବିଧାୟିକା । ସେହିପରି ବିଜେପି ପକ୍ଷରୁ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ବିଜେପି ନେତା ମହେଶ ମହାନ୍ତି, ଘୁମୁସର ଜିଲ୍ଲା ବିଜେପି ସଭାପତି ଅନୀଲ ପଣ୍ଡା, ମହିଳା ନେତ୍ରୀ ଭାରତୀ ବେହେରା, ଜଗନ୍ନାଥ ଭୂୟାଁ ପ୍ରମୁଖ ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ଥାନୀୟ ଚାଣକ୍ୟ ଜୁନିୟର ସାଇନ୍ସ କଲେଜ ତରଫରୁ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି । ପରିଚାଳନା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ବସଷ୍ଟାଣ୍ଡ କୁ ଆସି ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇ ମହାତ୍ମା ଗାନ୍ଧିଙ୍କ ସ୍ମୃତି ଚାରଣ କରାଯାଇଥିଲା ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here