ଆସିକାରେ ଜିଲ୍ଲା ସ୍ତରୀୟ ଛତୁ ଚାଷ ପ୍ରଶିକ୍ଷଣ ଶିବିର।

0
395

ଆସିକା (ନ୍ୟୁଜଏକ୍ସଟ୍ରା) ଆସ୍କାରେ ମିଶନ ଶକ୍ତି ଓ ଉଦ୍ୟାନ କୃଷୀ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଛତୁଚାଷ ପ୍ରଶିକ୍ଷଣ ଦିବସ ପାଳିତ କରାଯାଇଛି। ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଆସ୍କା BDO ଶ୍ରୀ ରୋଶନ ଶତପଥି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛତୁଚାଷ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଛତୁ ଭଳି ପୃଷ୍ଟିକର ଖାଦ୍ୟକୁ କରି ଲାଭବାନ ହେବା ସହିତ ସ୍ବବାଲମ୍ବୀ ହେବା ନିମନ୍ତେ ଆସ୍କା,ବୁଗୁଡା,ସେରଗଡ ଓ ଧରାକୋଟ ବ୍ଳକର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।ସମ୍ମାନିତ ଅତିଥି ଭାବରେ ଆସ୍କା CDPO ଭାରତୀ ମହାପାତ୍ର,ଆସ୍କା ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ,ଯୋଗଦେଇ ଥିଲେ। ଜିଲ୍ଲାକୃଷି ଅଧିକାରୀ ରାମଚନ୍ଦ୍ର ମିଶ୍ର,ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଏସ ରାମାରାଓ, ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀକାନ୍ତ ସେଠୀ ଓ ଅନ୍ୟନ୍ୟ ଉଦ୍ୟାନ କର୍ମକାର୍ତ୍ତା ମାନେ ଉପସ୍ଥିତ ରହି ମହିଳା ମାନଙ୍କୁ ଛତୁଚାଷ ସମ୍ପର୍କରେ ବୁଝାଇଥିଲେ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here