ଶେଷରେ ବିଶ୍ୱବିଜୟି ହେଲ। ଇଂଲଣ୍ଡ

0
576

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) :   ମାତ୍ର ୬ ବଲରେ ନିର୍ଣ୍ୟୟ ହେଲ। ବିଶ୍ୱ ଚାମ୍ପିଅନ୍। ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଯାବତୀୟ ପରମ୍ପରାକୁ ଭାଙ୍ଗି ୨୦୧୯ ବିଶ୍ୱକପର ସାଇଲେଣ୍ଟ କିଲର ନ୍ୟୁଜିଲ୍ୟାଣ୍ଡକୁ ସୁପର୍ ଓଭରରେ ପରାସ୍ତ କରି କ୍ରିକେଟ୍ ଦୁନିଆରେ ନୂଆ ଇତିହାସ ରଚିଛି ଇଂଲଣ୍ଡ ।  ବିଶ୍ୱ କ୍ରିକେଟର ମହାକୁମ୍ଭରେ ଚାମ୍ପିଅନର ମୁକୁଟ ପିନ୍ଧିବା ପାଇଁ ଇଂଲଣ୍ଡ ଦଳକୁ ଆଜି ଶେଷ ବଲ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିଥିଲା। କିନ୍ତୁ ଶେଷରେ ଏହି ଜେଣ୍ଟଲମ୍ୟାନ୍ ଗେମରେ ବିଜୟର ମୁକୁଟ ପିନ୍ଧିଛି କ୍ରିକେଟର ଜନ୍ମଦାତା ଇଂଲଣ୍ଡ । ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମଧ୍ୟ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରି ଅଲଆଉଟ୍ ହୋଇ ମ୍ୟାଚ୍ ଟାଇ କରିଥିଲା। ସୁପର ଓଭରରେ ଇଂଲଣ୍ଡ ୧୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ସମାନ ରନ୍ କରି ମ୍ୟାଚ୍ ଟାଇ କରିଥିଲା।

LEAVE A REPLY

Please enter your comment!
Please enter your name here