ପାଟକୁରାବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ନିଃସନ୍ଦେହ ଜିତାଇବେ

0
644

ପାଟକୁରା, ଜୁଲାଇ ୧୪(ନ୍ୟୁଜ୍ ଏକ୍ସଟ୍ର।):

ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପାଟକୁରାବାସୀ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।   

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ଲୋକମାନଙ୍କର ଅହେତୁକ ଜନସମର୍ଥନ ଭାରତୀୟ ଜନତା ପାର୍ଟି ବିଶେଷତଃ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ରହିଛିା ଏଥର ଲୋକମାନେ ଦଳମତ ନିର୍ବିଶେଷରେ ନିଃସନ୍ଦେହ ବିଜୟ ମହାପାତ୍ରଙ୍କୁ ବିଧାୟକ କରିବେ ବୋଲି ସେ କହିଛନ୍ତି ।   ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଭଳି ଲୋକ ବିଜେତା ହୋଇ ବିଧାୟକ ଭାବେ ବିଧାନସଭାକୁ ଗଲେ ମୋଦି ଦେଉଥିବା ଟଙ୍କାର ହିସାବ ଗ। ଗଣ୍ଡାର ଲୋକମାନେ ପାଇପାରିବେ ବୋଲି ସେ କହିଛନ୍ତି ।ଓଡିଶାରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଲମ୍ବା ସମୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗରିବ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଆଗାମୀ ୫ ବର୍ଷରେ ସମାଧାନ ହୋଇପାରିବ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।ନରେନ୍ଦ୍ର ମୋଦୀଙ୍କ ପ୍ରତି ଓଡିଆ ଲୋକଙ୍କ ଅଭୁତପୂର୍ବ ଭରସା ଅଛି । ଏଥର ପାଟକୁରାବାସୀ ଦଳୀୟ ପ୍ରାର୍ଥୀ ବିଜୟ ବାବୁଙ୍କ ଜିତାଇବେ । ମହିଳା, ଯୁବ ବର୍ଗ, ବରିଷ୍ଠ ଲୋକମାନଙ୍କ ମନ୍ତବ୍ୟ ଅନୁଯାୟୀ ଏଠାରେ ବିଜେପିର ବିଜୟ ହେବ ବୋଲି ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here