୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡିବାକୁ ନିର୍ଦେଶ ଦେଲେ ବାଚସ୍ପତି

0
649

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି । ତେଣୁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୁଣି ତାଗିଦ୍ କରିଛନ୍ତି । ସରକାରୀ ଘର ମାଡିବସିଥିବା ପୁର୍ବତନ ବିଧାୟକ ମାନେ ଆସନ୍ତା ୩ ଦିନ ମଧ୍ୟରେ ଘର ନଛାଡିଲେ ବିଧାନସଭା କଡା ଆଭିମୁଖ୍ୟ ନେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ବର୍ତ୍ତମାନର କିଛି ବିଧାୟକଙ୍କୁ ମଧ୍ୟ ସରକାରୀ ବାସଭବନ ଛାଡ଼ିବାକୁ ପଡ଼ିବ । ନିର୍ମାଣ ହେବାକୁ ଥିବା ବହୁତଳ ପ୍ରାସାଦ ଲାଗି ଖାଲି କରିବାକୁ ପଡ଼ିବ କ୍ୱାର୍ଟର୍ସ । ସାମୟିକ ଭାବେ ବର୍ତ୍ତମାନର ବିଧାୟକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ଆସନ୍ତା ମାସରୁ ବିଧାୟକଙ୍କ ଲାଗି ବହୁତଳ ପ୍ରାସାଦ ନିର୍ମାଣ କାମ ଆରମ୍ଭ ହେବ । ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଯଦି ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ସ ନ ଛାଡ଼ନ୍ତି ତେବେ ପାଣି, ବିଜୁଳି ବନ୍ଦ କରି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here