୩ ମାସ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନକୁ କୋହଳ କଲେ ମୁଖ୍ୟମନ୍ତ୍ରୀ

0
821

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜୋରିମାନା ରାଶି ଆଦାୟକୁ ଦେଖି ରାଜ୍ୟର ଗାଡି ଚାଳକ ଓ ମାଲିକ ଅସ୍ତବ୍ୟସ୍ତ ହେବା ସହ ଜନ ଅସନ୍ତୋଷ ଦେଖାଦେଇଛି । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଜରିମାନା ଆଦାୟକୁ ୩ମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି ଓ କହିଛନ୍ତି, ୩ ମାସ ପର୍ଯ୍ୟନ୍ତ ଜରିମାନାକୁ କୋହଳ କରି ଦିଆଯାଇଛି । ଏହି ସମୟରେ ଗାଡ଼ି ଚାଳକ ଓ ମାଲିକ ନିଜନିଜ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିନିଅନ୍ତୁ। ଲୋକଙ୍କ ସୁବିଧା ପାଇଁ ଅଧିକ ଖୋଲିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଟ୍ରାଫିକ୍ ନିୟମକୁ ମାନିବାକୁ ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ ବି କରିଛନ୍ତି।ନୂଆ ମୋଟର ଯାନ ସଂଶୋଧନ ଆଇନରେ ଆଦାୟ ହେଉଥିବା ଜରିମାନା ଅଧିକ ବୋଲି ରାଜ୍ୟ ସରକାର ଅନୁଭବ କରିଛନ୍ତି। ଲୋକଙ୍କ ସୁବିଧା ନିମନ୍ତେ ଅଧିକ ଫାଇନରୁ ଲୋକଙ୍କୁ କୋହଳ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ସୋମବାର ସକାଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ । ପୁରୁଣା ଓ ନୂଆ ନିୟମକୁ ତୁଳନା କରିବା ସହ ତର୍ଜମା କରିବା ପରେ ରାଜ୍ୟ ସରକାର ରାଜ୍ୟରେ ନୂଆ ନିୟମ ଆଣିପାରନ୍ତି ।

LEAVE A REPLY

Please enter your comment!
Please enter your name here