ବିରଳ ରକ୍ତ ବମ୍ୱେ ଗ୍ରୁପ ଦେଇ ପ୍ରସୂତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଦିଲୀପ

0
673

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଅପରିଚିତ ଜଣେ ମହିଳାଙ୍କୁ ବିରଳ ଗ୍ରୁପର ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି ରାଉରକେଲାର ଜଣେ ବ୍ୟକ୍ତି। ଦିଲ୍ଲୀପ ବାରିକ ନାମକ ଜଣେ ବ୍ୟକ୍ତି ସୁଦୁର ରାଉରକେଲାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଆସି ଜଣେ ପ୍ରସୂତୀ ମହିଳାଙ୍କୁ ରକ୍ତ ଦାନ କରିଛନ୍ତି। ପ୍ରସୂତୀ ମହିଳା ଜଣକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ହିମୋଗ୍ଲୋବିନ କମ୍ ହୋଇଥିଲା। ଏଥିପାଇଁ ତାଙ୍କୁ ରକ୍ତ ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ତାଙ୍କ ଶରୀରରେ ଥିବା ବ୍ଲଡ ବିରଳ ବମ୍ୱେ ଗ୍ରୁପର ବୋଲି ଜଣା ପଡିଥିଲା। ପରେ ଏହି ଗ୍ରୁପ ବିରଳ ଗ୍ରୁପର ରକ୍ତ ସଂଗ୍ରହ ପାଇଁ ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ୟମ। ଏହି ବମ୍ୱେ ବ୍ଲଡ ଗ୍ରୁପ୍ ଥିବା ସଦସ୍ୟ ମାନେ ଏକ ସଂଘ କରିଥିବା ହେତୁ ଏହି ସଂଘକୁ ଖବର ଦେବା ପରେ ଆଜି ସଂଘ ପକ୍ଷରୁ ଦିଲ୍ଲିପ ଆସି ବ୍ରହ୍ମପୁର ଠାରେ ନିଜର ରକ୍ତ ଦେଇଛନ୍ତି। ଏହାକୁ ନେଇ ତାଙ୍କର ଏହି ମହତ କାମକୁ ସବୁ ମହଲରେ ସାଧୁବାଦ ଜଣାଯାଇଛି।
ମଣିଷ ଶରୀରରେ ସାଧାରଣତଃ ଏ ପଜେଟିଭ୍, ବି ପଜେଟିଭ୍, ଓ ପଜେଟିଭ୍ , ଏ ନେଗେଟିଭ୍ ଭଳି ମୋଟ ୩୨ପ୍ରକାରର ବ୍ଲଡ୍ ଗ୍ରୁପ୍ ଥିବା ଆପଣ ମାନେ ଜାଣିଥିବେ କିମ୍ବା ଶୁଣିଥିବେ। କିନ୍ତୁ ଡାକ୍ତରୀ ଚିକିତ୍ସାରେ ମାନବ ଶରୀରରେ ଏଭଳି ଏକ ବ୍ଲକ ଗ୍ରୁପ୍ ରହିଛି ସେ ଗ୍ରୁପ୍ ନାଁ ଆପଣ କେବେ ମଧ୍ୟ ଶୁଣି ନଥିବେ ବା ଜାଣିନଥିବେ। ଏଭଳି ଏକ ବ୍ଲଡ୍ ଗ୍ରୁପ ହେଲା …ବମ୍ୱେ ଗ୍ରୁପ୍ ….। ଏହି ବମ୍ବେ ବ୍ଲଡ ଗ୍ରୁପ ବିରଳ ହୋଇଥିବା ବେଳେ ପ୍ରତି ୭୫୦୦ ଲୋକଙ୍କ ମଧ୍ୟରେ ଜଣ ଶରୀରରେ ଏଭଳି ବ୍ଲଡ୍ ଗ୍ରୁପ ଦେଖାଯାଇଥାଏ। ତେବେ ଏହି ବ୍ଲଡ୍ ଗ୍ରୁପ୍ ଆବଶ୍ୟକ ହେଲେ କେବଳ ଏହି ଗ୍ରୁପର ବ୍ଲଡ ଦେବାକୁ ପଡିଥାଏ। ଏଭଳି ଏକ ବ୍ଲଡ୍ ଗ୍ରୁପର ରକ୍ତ ପାଇଁ ଦୀର୍ଘ ୮ଦିନ ହେଲା ହେଲା ଖୋଜୁଥିଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମୁଣ୍ଡେଇସିଙ୍ଗ ଗାଁର ନାରାୟଣ ରଇତ। ନାରାୟଣ ରଇତଙ୍କ ସ୍ତ୍ରୀ ସିବତା ରଇତ ଗର୍ଭବତୀ ଥିବା ବେଳେ ତାଙ୍କୁ ପ୍ରବସ ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରସୂତୀ ପରେ ତାଙ୍କର ଶରୀରରୁ ହିମୋଗ୍ଲୋବିନ୍ କମ୍ ହେବା ଯୋଗୁଁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ କରିଥିଲେ। କିନ୍ତୁ ପରୀକ୍ଷା ପରେ ଜଣାପଡିଥିଲା ତାଙ୍କ ଶରୀରରେ ଥିବା ବ୍ଲଡ ଗ୍ରୁପଟି ବିରଳ ଓ ବମ୍ୱେ ଗ୍ରୁପର। ଏଥିପାଇଁ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ଏହି ଗ୍ରୁପର ରକ୍ତ ମିଳିନଥିଲା। ପରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଡାକ୍ତର ରଶ୍ମିତା ଏଭଳି ବ୍ଲଡ ଗ୍ରୁପର ଏକ ସଂଘକୁ ଖବର ଦେଇଥିଲେ। ଆଜି ସୁଦୁର ରାଉରକେଲାରୁ ଆସି ଦିଲ୍ଲୀପ ବାରିକ ନାମକ ଜଣେ ବ୍ୟକ୍ତ ରକ୍ତ ଦାନ କରିଛନ୍ତି । ଏହାକୁ ନେଇ ନାରାୟଣ ବେଶ ଖୁସି ଥିବା ବେଳେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ରକ୍ତ ଦାନ କରିଥିବା ବ୍ୟକ୍ତି ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସମେତ ରକ୍ତ ଭଣ୍ଡାରର ଡାକ୍ତରମାନେ ସାଧୁବାଦ ଜଣାଇଛନ୍ତି। ଏହା ସହ ଜଣେ ନିରୀହ ମହିଳାଙ୍କୁ ଜୀବନ ଦାନ କରି ଥିବା ହେତୁ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here