ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଜଣ ଆହତ

0
641

ମୟୂରଭଞ୍ଜ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦୁର୍ଘଟଣାଗ୍ରସ୍ତ ହୋଇଛି ରାଜ୍ୟପାଳଙ୍କ ଦୁଇଟି ଏସ୍କର୍ଟ ଗାଡ଼ି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ ଉଦଳାରୁ ବାରିପଦା ଯିବା ବାଟରେ ଏହି ଦୁର୍ଘଟଣା ହୋଇଛି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେ ଉଦଳାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନରେ ବାରିପଦା ସର୍କିଟ୍ ହାଉସକୁ ଫେରୁଥିଲେ। ପୁରୁଣାପାଣି ନିକଟରେ ରାଜ୍ୟପାଳଙ୍କ ଗାଡ଼ି ପଛରେ ଯାଉଥିବା ଏସ୍କର୍ଟ ଗାଡ଼ି ସମ୍ମୁଖକୁ ଜଣେ ସାଇକେଲ୍ ଆରୋହୀ ଚାଲି ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଏସ୍କର୍ଟ ଗାଡ଼ିଟି ବ୍ରେକ୍ ମାରିଥିଲା। ତେବେ ତାଙ୍କ ପଛରେ ଆସୁଥିବା ଅନ୍ୟ ଗାଡ଼ିଟି ଆଗ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ୭ ଜଣ ଆହତ ହୋଇଛନ୍ତି ।ଦୁର୍ଘଟଣା ଯୋଗୁଁ ଦୁଇଟି ଏସ୍କର୍ଟ ଗାଡ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here