ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

0
657

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଦା ହେଲେ ତିନି ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସର।ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ସୂଚନା ଦେଲେ ଡିଜିପି ।ଶୁକ୍ରବାର ପୁଲିସ ଡିଜି ବିଜୟ କୁମାର ଶର୍ମା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସବ୍ଇନ୍ସପେକ୍ଟର ବନମାଳି ନାୟକ, ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ବୀରବର ଲେଙ୍କା ଓ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର କିଶୋର କୁମାର ବାଗ୍ଙ୍କୁ କାର୍ୟ୍ୟ ସମାପନ ସମୟରେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଅପବ୍ୟବହାରରେ ଲିପ୍ତ ଥିବା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ଘୋଷଣା କରିଛନ୍ତି ପୁଲିସ ଡିଜି। ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ଟୁଇଟ୍ରରେ ଦର୍ଶାଯାଇଛି କି, ରାଜ୍ୟରେ ୫-ଟି ନୀତି ଲାଗୁ ହେବା ପରେ ପ୍ରଶାସନରେ ସ୍ବଚ୍ଛତା ଆଣିବା ଲାଗି ଯେଉଁ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏହାର ପରିଣାମ ସ୍ୱରୁପ ଓଡ଼ିଶା ସର୍ଭିସ କୋଡ୍ର ଧାରା ୭୧ ଅନୁସାରେ ଏହି ୩ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୫-ଟି ନୀତି ଲାଗୁ ହେବା ପରେ ଦୁର୍ନୀତି ଲାଗି ପୁଲିସ କର୍ମଚାରୀଙ୍କୁ ଏହା ପ୍ରଥମ ଶାସ୍ତିବିଧାନ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here