ଏବେ ବି ଅଲୋଡା ଶିଶୁ କନ୍ୟା

0
708

ଆସିକା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ୟାରତ୍ନର ସୁରକ୍ଷା ପାଇଁ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ପାଳନରେ ସାରା ଗଞ୍ଜାମ ଜିଲ୍ଲା ଗତକାଲି ମସଗୁଲ ଥିଲା। ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀଙ୍କଠୁ ଆରମ୍ଭ କରି ଜନପ୍ରତିନିଧି ସଭିଏଁ ଏଥିରେ ସାମିଲ ହୋଇ ନବଜାତ ଶିଶୁକନ୍ୟାକୁ ସମ୍ମାନିତ କରିବା ସହ ସଚେତନତା ସୃଷ୍ଟି କରିବାରେ ବ୍ୟସ୍ତ ଥିଲେ। ହେଲେ ଏହାସହ ପଢନ୍ତୁ ଏତେ ସଚେତନତା ସତ୍ତ୍ବେ କନ୍ୟାରତ୍ନ ଯେମିତି ମା ପାଇଁ ଅଲୋଡ଼ା ପାଲଟି ଯାଇଥିଲା। ଆଉ ଝିଅକୁ ବୋଝ ମନେ କରି ନବଜାତ ଶିଶୁକନ୍ୟାକୁ ନଦୀରେ ଭସାଇଦେଲା ଜନ୍ମଦାତ୍ରୀ ମା’। ହେଲେ ବିଧିର ନିୟମ କିଛି ଅଲଗା ଥିଲା। ନଦୀହୁଡ଼ାରେ ଅଖା ଉପରେ ପଡ଼ି ନବଜାତ ଶିଶୁକନ୍ୟାଟି କାନ୍ଦୁଥିବାବେଳେ ଜଣେ ନିଃସନ୍ତାନ ମା’ର ନଜରରେ ପଡ଼ିଥିଲା। ଭଗବାନ ତା’ର ଡାକ ଶୁଣିଲେ ବୋଲି ଭାବି ଶିଶୁଟିକୁ ଉଦ୍ଧାର କରି ସେ ଏହାର ଲାଳନପାଳନ ଭାର ନେବାକୁ ପ୍ରସ୍ତୁତ ହେଉଥିବା ସମୟରେ ସରକାରୀ ନିୟମ ତା ପାଇଁ ବାଧକ ସାଜିଲା। ନିରୁପାୟ ମହିଳା ଜଣକ ଶିଶୁକନ୍ୟାଟିକୁ ଚାଇଲ୍ଡଲାଇନ୍ ହାତକୁ ଟେକିଦେଲେନିମିଷକରେ ସବୁ ଖୁସି ଉଭେଇଗଲା। ଆସିକା ସହରରେ ଘଟିଥିବା ଏଭଳି ଏକ ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here