ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ୱବାଇ ଏସ ଡି ପକ୍ଷରୁ ଗ୍ରୀନ ଏକ୍ସନ ଓ୍ବିକ ପାଳିତ।

0
722

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସାରା ବିଶ୍ବ ଅକ୍ଟୋବର ମାସକୁ ଗ୍ରୀନ ଏକ୍ସନ ଓ୍ବିକ ଭାବେ ପାଳନ କରିଆସୁଛି।ଏହି ପରିପେଷିରେ ବ୍ରହ୍ମପୁର ମୋତି ହୋଟେଲ ପରିସରରେ ସ୍ବେଛାସେବୀ ସଂସ୍ଥା ୟୁଥଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ଏକ ଦିନିକିଆ କମଶାଳା ଅନୁଷ୍ଟିତ ହୋଇଯାଇଛି। ବର୍ଜ୍ୟ ବସ୍ତୁ କମାଇବା ସହ ପ୍ଲାଷ୍ଟିକକୁ ବ୍ୟବହାର ନକରିବା, ପ୍ରାକୃତିକ ସଂପଦର ଉପଯୋଗକୁ କମ କରିବା, ଜୈବିକ ଖାଦ୍ୟ ବ୍ୟବହାର ନିମନ୍ତେ ଗୁରୁତ୍ବାରୋପ କରିବା ଏବଂ ସାମଗ୍ରିକ ବିକାଶ ଲଷ୍ୟ ଆଧାରରେ ପ୍ରତ୍ୟେକ ମନୁଷ୍ୟକୁ ଉନ୍ନତ ସ୍ବାସ୍ଥ୍ୟ ତଥା ଜୀବନଧାରଣ ମନରେ ଉନ୍ନତି ଆଣିବା ଲଷ୍ୟ ନେଇ ଆୟୋଜିତ କର୍ମଶାଳାରେ ଆଲୋଚନା କରାଯାଇଥିଲା। କମଶାଳାକୁ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଓ୍ବାଇ.ଏସ.ଡି ମୁଖ୍ୟ ବିଭୂ ପ୍ରସାଦ ସାହୁ କାଯ୍ୟକ୍ରମର ଉଦ୍ଧେଶ୍ୟକୁ ଉପସ୍ଥାପନା କରିଥିଲେ।କାଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର, ରବିନ ହୁଡ ଆରମୀ, ଟିମ କ୍ଲିନ ସିଟି, ମାରୁଆଡି ମହିଳା ସମିତି ,ମହାତ୍ମା ହୋଲ୍ଡକ୍ଲବର କର୍ମକର୍ତ୍ତା ମାନେ ନିଜର କାଯ୍ୟକ୍ରମ ସମ୍ପର୍କରେଅବଗତ କରାଇବା ସହ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ। କାଯ୍ୟକ୍ରମକୁ ଓ୍ବାଇ.ଏସ.ଡି ର ଚନ୍ଦନ କୁମାର ସାହୁ ଓ ଅଭିରାମ କହଁର ପରିଚାଳନା କରିଥିଲେ। ସୃତି କୁମାରୀ ସାହୁ,ଦିବ୍ୟଭଞନି ସାସମଲ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here