ଫୁଲବାଣୀରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଘୋଷଣା ପରେ ପିପୁଲ୍ସ ଫୋରମ ପକ୍ଷରୁ ଖୁସିର ଲହରୀ

0
729

ଫୁଲବାଣୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଫୁଲବାଣୀରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଘୋଷଣା ପରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ରେ ଖୁସିର ଲହରୀ ଖେଳିଯାଇଛି।ଗତକାଲି ରାତିରେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିବା ପରେ ଅଞ୍ଚଳବାସୀ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।ଖୁସିରେ କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ପରସ୍ପରକୁ ମିଠାବାଣ୍ଟି ବାଣ ଫୁଟାଇ ଖୁସି ମନାଇବା ସହ ଆଜି ଏକ ଶହ ଯୁବକ ବାଇକ ଯୋଗେ ସହର ପରିକ୍ରମା କରିଥିଲେ ଏଥିରେ କଂଗ୍ରେସ ନେତା ଘନ କୁମାର ଶବର ସହର ବାସୀ ଙ୍କୁ ସହଯୋଗ କରିଥିବା ହେତୁ ଧନ୍ୟବାଦ ଜଣାଉଥିଲେ। ଦିନ ଧରି କନ୍ଧମାଳ ପିପୁଲ୍ସ ଫୋରମ,ଜାଗ୍ରତ କନ୍ଧମାଳ, ନାଗରିକ ମଞ୍ଚ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଏବଂ ଧର୍ମଘଟ କରି ଆସୁଥିଲା କିନ୍ତୁ ବାରମ୍ବାର ପିପୁଲ୍ସ ଫୋରମ ର ସଭାପତି ରାଧାମୋହନ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଙ୍କ ନେତୃତ୍ୱରେ ବିଭିନ୍ନ ଢଙ୍ଗ ରେ ଦାବି କୁ ଉପସ୍ଥାପନ କରିଥିଲେ ଏଭଳି କି ବାରମ୍ବାର ଗଣଧାରଣା, ଦସ୍ତଖତ ଅଭିଯାନ, ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବାସହ ବିଶାଳ ରାଲି ମଧ୍ୟ କରିଥିଲେ।।।ପାଞ୍ଚଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ କୁ ନେଇ କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ନୟାଗଡ ଜିଲ୍ଲାର ରୋଗୀମଧ୍ୟ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here