ବ୍ଳକ ସ୍ତରୀୟ ଆଭ୍ୟନ୍ତରୀଣ ମହିଳା ଅଭିଯୋଗ ଶୁଣାଣି କମିଟି ଗଠନ

0
276

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ସ୍ତରୀୟ ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବ୍ଳକର ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳାଙ୍କ ଯୌନ ଶୋଷଣ,ନିର୍ଯ୍ୟାତନା ଓ ଅଶ୍ଳୀଳ ବ୍ୟବହାର ଭଳି କାର୍ଯ୍ୟରୁ ନିବୃତ୍ତ କରିବା ଓ ସତ୍ୟାସତ୍ୟ ତଦନ୍ତ କରିବା ପାଇଁ ଏକ ୯ଜଣିଆ ବ୍ଳକ ସ୍ତରୀୟ ଆଭ୍ୟନ୍ତରୀଣ ମହିଳା ଯୌନ ଶୋଷଣ, ନିର୍ଯ୍ୟାତନା ନିବାରଣ ଅଭିଯୋଗ ଶୁଣାଣି କମିଟି ଗଠନ କରାଯାଇଛି । ଏହାର ସଂଯୋଗକାରୀ ଅଧିକାରୀ ଭାବେ ବିଡିଓ ଗଦାଧର ପାତ୍ର ରହିଥିଲା ବେଳେ ଆବାହିକା ଭାବେ ସିଡିପିଓ ଅଞ୍ଜଳି ମହାପାତ୍ର ରହିଛନ୍ତି । ଅନ୍ୟ ୭ଜଣ ସଦସ୍ୟ ମଧ୍ୟରୁ ଜଣେ ସ୍ଵେଛାସେବୀ ଅନୁଷ୍ଠାନ “ପ୍ରେମ” ର ପ୍ରୋଗ୍ରାମ ମ୍ୟାନେଜର ସୁଧିର ଦିଗାଲ, ଦୁଇଜଣ ଆଇସିଡିଏସ ର ମଣ୍ଡଳ ପରିଦର୍ଶିକା ପ୍ରଭାତମଞ୍ଜୁରୀ ଦାସ ଓ ଶକୁନ୍ତୁଳା ନାୟକ, ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଲିଲି ପୁଷ୍ପିକା ଏକା ଓ ଶୁଭଲତା ପାଣିଗ୍ରାହୀ , ଆଇସିଡିଏସ ବ୍ଳକ ପ୍ରକଳ୍ପ ସଂଯୋଜକ ସରୋଜ କୁମାର ଦିଗାଲ ଓ ଜଣେ କନିଷ୍ଠ ରାଜସ୍ୱ ସହକର୍ମୀ ରହିଛନ୍ତି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here