ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ

0
209

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଲରେ ପଡ଼ିଲା ମୋଟରସାଇକେଲ । ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ଡାବଲାପଙ୍ଗା ଅଞ୍ଚଳର ଅଜୟ ମଳିକ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ବିଳମ୍ବିତ ରାତିରେ ଅଜୟ ନିଜ ମୋଟରସାଇକେଲ ଯୋଗେ ବଡ଼ଗାଁ ଦେଇ ଯାଉଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଖସିପଡ଼ି ଗୁରୁତର ଆହତ ହୋଇ ପଡ଼ିଥିଲେ । ସକାଳୁ ସେହି ରାସ୍ତା ଦେଇ ଅଞ୍ଚଳବାସୀ ଯିବା ସମୟରେ ଘଟଣା ସମ୍ପର୍କରେ ଜାଣି ପୋଲିସକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here