ସଡକ ଦୁର୍ଘଟଣା: ଅଟୋ ସହ ଯାତ୍ରୀବାହୀ ବସ ଧକ୍କା, ଜଣେ ମହିଳା ମୃତ ଅନ୍ୟ ୬ଜଣ ଗୁରୁତର।

0
821

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍ବପ୍ନସାଗର ନାମକ ଏକ ଘରୋଇ ବସ ସାମ୍ନାରେ ଯାଉଥିବା ଏକ ଅଟୋର ପଛପଟୁ ଧକ୍କା ଦେବା ଫଳରେ ଅଟୋରେ ଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ରଞ୍ଜିତା ଦଳାଇ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଖଲିଙ୍ଗି ନିକଟସ୍ଥ ଗୁଣ ସାଗର ଗ୍ରାମର ଗୋଟିଏ ପରିବାରର ୮ଜଣ ମନ୍ଦିରକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଥିବା ସୁଚନା ମିଳିଛି । ସଦର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଭିଆଇଥିବା ବସକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here