ପୁଣି ଚିଦାମ୍ବରମ ଗିରଫ

0
799

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଆଜି ସେ ପୁଣି ଗିରଫ ହୋଇଛନ୍ତି । ଏଥର ତାଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ସିବିଆଇ ତାଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ କରିଛି । ସେ ଏବେ ତିହାର ଜେଲରେ ଅଛନ୍ତି । ଚିଦାମ୍ବରମଙ୍କୁ ଜେରା ଓ ଗିରଫ ପାଇ ଇଡି ଦିଲ୍ଲୀ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରିଥିଲା । କୋର୍ଟ ମଙ୍ଗଳବାର ଇଡିକୁ ଅନୁମତି ଦେଇଥିଲେ । ଇଡିର ଏକ ପ୍ରତିନିଧି ଦଳ ତିହାର ଜେଲକୁ ଯାଇ ପ୍ରାୟ ୨ ଘଣ୍ଟା ଧରି ଜେରା କରିଥିଲେ । ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ସିବିଆଇ ଏକ ନାଟକୀୟ ଢ଼ଙ୍ଗରେ ରାତି ଅଧରେ ତାଙ୍କ ଘରେ ଚଢ଼ାଉ କରି ସେପ୍ଟେମ୍ବର ୫ରେ ଗିରଫ କରିଥିଲା । କୋର୍ଟ ତାଙ୍କ ଜାମିନକୁ ଖାରଜ କରି ଚାଲିଛନ୍ତି । ଏପରି କି ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଜାମିନ ଦେଇନାହାଁନ୍ତି ।

LEAVE A REPLY

Please enter your comment!
Please enter your name here