ନବୀନଙ୍କ ଜନ୍ମଦିନ ଭେଟି : ଫୁଲବାଣୀକୁ ମେଡିକାଲ କଲେଜ, ଅନ୍ୟ ୫ ଜିଲ୍ଲାକୁ ସ୍ୱାସ୍ଥ୍ୟସେବା ଉନ୍ନତି

0
700

ଭୁବନେଶ୍ୱର : (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ସ୍ୱାସ୍ଥ୍ୟସେବାକୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଗୁରୁତ୍ୱ ଦେଉଥିବା ଦେଖାଯାଉଛି | ଆଜି ତାଙ୍କ ଜନ୍ମଦିନରେ ସେ ପୁଣି ବଡ ଘୋଷଣା କରିଛନ୍ତି । ନବୀନ ତାଙ୍କ ସଚିବ ଓ ଅନ୍ୟ ଅଧିକାରୀଙ୍କୁ ଦୁତୀୟ ପର୍ଯାୟରେ ଆଉ ୬ ଜିଲ୍ଲାକୁ ପଠାଇଥିଲେ | ସେମାନଙ୍କ ରିପୋର୍ଟକୁ ଆଧାର କରି ଉକ୍ତ ୬ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ବିଭିନ୍ନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଫୁଲବାଣୀରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଫୁଲବାଣୀ ସହ ଅନ୍ୟ ୫ ଜିଲ୍ଲା ବୌଦ୍ଧ, ନୟାଗଡ, କଳାହାଣ୍ଡି, ରାୟଗଡା ଏବଂ ନୂଆପଡା ଜିଲ୍ଲା ମେଡିକାଲର ବିକାଶ କରାଯିବ ବୋଲି କହିଛନ୍ତି । ବୌଦ୍ଧ ଡାକ୍ତରଖାନାରେ ଆଉ ୨୦୦ ଶଯ୍ୟା ବଢିବ । ଏଥିସହ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ । ସେହିପରି ନୟାଗଡ ହସ୍ପିଟାଲର ବେଡ ସଂଖ୍ୟା ୨୫୦କୁ ବୃଦ୍ଧି ହେବା ସହ ଆଉ ଏକ ୧୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ତିଆରି ହେବ । ଗୋଟିଏ ଆମ୍ବୁଲାନ୍ସ ସହ ଗୋଟିଏ ମହାପ୍ରୟାଣ ଗାଡି ମଧ୍ୟ ରହିବ । କଳାହାଣ୍ଡିରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ନୂଆ ବିଲ୍ଡିଂ ହେବ ଏହା ସହ ହସ୍ପିଟାଲକୁ ୩ଟି ଆମ୍ବୁଲାନ୍ସ ଓ ୨ଟି ମହାପ୍ରୟାଣ ଗାଡି,ରାୟଗଡା ହସ୍ପିଟାଲକୁ ୪ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି । ନୂଆପଡା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ | ଲୋକଙ୍କ ସହ କଥା ହୋଇ ଆଉ ଲୋକଙ୍କ ମତାମତ ନେଇ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଆହୁରି ଶକ୍ତଶାଳୀ କରାଯିବ । ତାସହ ଡିସେମ୍ବର ପହିଲାରୁ ‘ମୋ ସରକାର’ ୫-ଟି ବିଭାଗକୁ ସଂପ୍ରସାରଣ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ଏହା ସବୁ ବିଭାଗକୁ ସଂପ୍ରସାରିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here