ସ୍ବର୍ଣ୍ଣପ୍ରଭା ପାଢୀଙ୍କ ଶିଶୁ କଵିତା ସଂକଳନ ‘ଫୁଲଦାନି’ ଉନ୍ମୋଚିତ

0
285

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଓଡିଶା ଲେଖିକା ସଂସଦର ଗଂଜାମ ଜିଲ୍ଲା ଆବାହିକା ତଥା ବ୍ରହ୍ମପୁରର ବିଶିଷ୍ଟ ଲେଖିକା ସ୍ୱର୍ଣପ୍ରଭା ପାଢ଼ୀଙ୍କ ଦ୍ବାରା ରଚିତ ଶିଶୁ କଵିତା ସଂକଳନ ‘ଫୁଲଦାନି’ ସ୍ଥାନୀୟ ଉତ୍କଳ ଆଶ୍ରମସ୍ଥିତ ଭାଷା ଭବନ ପରିସରରେ ଉନ୍ମୋଚିତ ହୋଇ ଯାଇଛି। କୋଭିଡ୍-୧୯ ନିୟମ ଅନୁପାଳନ ପୂର୍ବକ ସୀମିତ ବ୍ଯକ୍ତିଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନାରାୟଣ ବେହେରା, ଉତ୍କଳ ସମ୍ମିଳନୀର ସଭାପତି ମନ୍ମଥ ପାଢୀ, ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ନାଟ୍ଯ ନିର୍ଦ୍ଦେଶକ ନ୍ରୁସିଂହ ମହାପାତ୍ର, ଇଂ.ଅପୂର୍ବ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ରାଜକିଶୋର ପାଢୀ, ନାଟ୍ଯକାର ଅଶୋକ ଜାନା, ଆଇନଜୀଵୀ ଅମିୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁ କଵିତା ସଂକଳନକୁ ଉନ୍ମୋଚନ କରିଥିଲେ।

LEAVE A REPLY

Please enter your comment!
Please enter your name here