ପ୍ରସିଦ୍ଧ ଗାୟକ ପଦ୍ମଶ୍ରୀ ଵାଲାସୁବ୍ରମଣ୍ୟମଙ୍କୁ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଶ୍ରଦ୍ଧାଞ୍ଜଳି

0
342

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ବାଲାସୁବ୍ରମଣ୍ୟମଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ ସତ୍ୟ ମହାରଣା ।ସେ ବାଲୁକା କଳାରେ ସୁବ୍ରମଣ୍ୟମଙ୍କର ପ୍ରତିକୃତି ତିଆରି କରିଥିଲେ । ଏଥି ସହ ଲେଖିଥିଲେ ବର୍ଷିଆନ ଗାୟକ ଏସ୍.ପି.ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି। ଗତ ଅଗଷ୍ଟ ୫ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାଲସୁବ୍ରମଣ୍ୟମଙ୍କର ଶୁକ୍ରବାର ଚେନ୍ନାଇସ୍ଥ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ବରଣ ହୋଇଛି । ସେ ନିଜ ଜୀବନ କାଳରେ ୪୦,୦୦୦ରୁ ଉର୍ଦ୍ଧ୍ବ ଗୀତ ୧୭ଟି ଭାରତୀୟ ଭାଷାରେ ଗାଇଥିଲେ ।

LEAVE A REPLY

Please enter your comment!
Please enter your name here