ସାମାନ୍ୟ ବଚାସାରୁ ବନ୍ଧୁ ହତ୍ୟାକାରୀ ଗିରଫ।

0
743

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି କନିଆରି ଗାଁ ଦାଣ୍ଡରେ ଗତ ୧୪ତାରିଖ ଦିନ ଯୁବକଙ୍କୁ ହତ୍ୟା ହୋଇଥିଲା। ସାମାନ୍ୟ ବଚସାରୁ ଖୋଦ ନିଜ ସାଙ୍ଗ ଲୁହାରଡରେ ପିଟିପିଟି ନିଜ ସାଙ୍ଗ କାର୍ତ୍ତୀକ ପ୍ରଧାନକୁ ହତ୍ୟା କରିଥିଲା। ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ହତ୍ୟାକାରୀ ଦିଲ୍ଲୀପ ସାହୁକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଲୁହାରଡକୁ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here