ବିଜେପି ଛାଡ଼ିବା ସହ ରାଜନୀତିରୁ ସନ୍ୟାସ ନେଲେ ଡାକ୍ତର ଦାମୋଦର ରାଉତ

0
813

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ସକ୍ରୀୟ ନିର୍ବାଚନ ରାଜନୀତିରୁ ମଧ୍ୟ ସନ୍ୟାସ ନେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଡାକ୍ତର ରାଉତ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହୋଇ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେତେବେଳେ ତାଙ୍କୁ ଦଳ ବେଶ ଗୁରୁତ୍ୱ ଦେଉଥିଲା । ଏବେ ଦଳ ତାଙ୍କୁ ଆଉ ଗୁରୁତ୍ୱ ଦେଉନାହିଁ । କୌଣସି ସଭାସମିତିକୁ ଡାକୁନାହିଁ । ଦଳ ଭିତରେ ସେ ଏକପ୍ରକାର କଣଠୋସା ହୋଇଥିବା କହିଛନ୍ତି । ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଦାମ ରାଉତ । ତେବେ ନିର୍ବାଚନ ସରିବା ପରେ ଦଳ ତାଙ୍କୁ ଲଗାତାର ଅଣଦେଖା କରିଚାଲିଥିଲା ଦଳ । ଫଳରେ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ଦଳର ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ତାଙ୍କ ନାଁ ନଥିଲା । ବିଜେପିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ଓ ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କ ଉପସ୍ଥିତି ଓ ସଂପୃକ୍ତି ଆବଶ୍ୟକ ହେଉନଥିବା ସେ ଅନୁଭବ କରିବା ସହ ତାଙ୍କ ଇସ୍ତଫା ପତ୍ର ଦଳୀୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here