ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ବ୍ରହ୍ମପୁର ଓ ଗୋପାଳପୁର ବିଜେଡି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ। ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ଆବାଳବୃଦ୍ଧବନିତା।

0
724

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ପୃଥକ ପୃଥକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସକାଳେ ସ୍ଥାନୀୟ ହିଲପାଟଣା ସ୍ଥିତ ସିଦ୍ଧ ବିନାୟକ ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଦିର୍ଘ ଜୀବନ କାମନା କରି ଦଳ ପକ୍ଷରୁ ପୂଜାଅର୍ଚନା କରାଯାଇଥିଲା l

ଏହାସହିତ ମୁନସିପାଲଟି ଟାଉନ ହଲ ଠାରେ ଆୟୋଜିତ ଜୀବନବିନ୍ଦୁ ମେଗା ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାଯ୍ୟକ୍ରମରେ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତ୍ତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜ଼ିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ତୁମ୍ବୁନାଥ ପଣ୍ଡା, ବିଜୟ ସାମଲ, ରଜନିଷ ମିଶ୍ର, ବିଜେଡି ମହିଳା ଜ଼ିଲ୍ଲା ସଭାନେତ୍ରୀ ସଙ୍ଗମିତ୍ରl ଦଳାଇ, ଛାତ୍ର ବିଜେଡି ନେତା ଅଜିତ ପଣ୍ଡା, ବିଜେଡିର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାଯ୍ୟକ୍ରମକୁ ପରିଚାଳନା କରିଥିଲେ l
ଏହି ଜୀବନ ବିନ୍ଦୁ କାଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା ସମେତ କିନ୍ନର ମାନେ ମଧ୍ୟ ରକ୍ତଦାନ କରିଥିଲେ l ବର୍ତ୍ତମାନ ସୁଧା ୩୫୦ ୟୁନିଟରୁ ଉର୍ଦ୍ଧ ରକ୍ତ ସଙ୍ଗ୍ରହ ହୋଇଥିଲା। ଅନାଥ ଆଶ୍ରମ ଓ ଜରାଶ୍ରମ ରେ ଦଳୀୟ ନେତା ଓ କର୍ମୀଙ୍କ ଦ୍ୱାରା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here