ମଦ ମାଫିଆଙ୍କ ଆକ୍ରମଣରେ ଗୁରୁତର ସାମ୍ବାଦିକ;ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା

0
909

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ମୋହନା ଥାନା ତଥା ମୋହନା ବ୍ଳକର ଚନ୍ଦ୍ରଗିରି ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଚାଲିଥିଲା ମଦ ଦୋକାନ । ଯାହାକୁ ନେଇ ଜନସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଚନ୍ଦ୍ରଗିରି ଅଂଚଳର ଧରିତ୍ରୀ ଓ ଅର୍ଗସ ଟିଭି ତଥା ଗଂଜାମ ଷ୍ପିଡ୍ ବ୍ରେଙ୍କି ନ୍ୟୁଜ ଗୃପର ଜଣେ ସଦସ୍ୟ ତଥା ସାମ୍ବାଦିକ ଶ୍ରୀ ହରି ପ୍ରଧାନଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି ମଦ ମାଫିଆମାନେ । ଏମିତିକି ଦୁଇ ଗୋଡ ସମେତ ଛାତିରେ ପ୍ରବଳ ଆଘାତ ଲାଗିଥିବା ବେଳେ ଆହତ ହରି ପ୍ରଧାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ଦୃଢ ନିନ୍ଦା କରିଛି ଆଠଗଡ ତାଲୁକା ସାମ୍ବାଦିକ ସଂଘ ସମେତ ଗଂଜାମ ଷ୍ପିଡ୍ ବ୍ରେକିଂ ନ୍ୟୁଜ ଗ୍ରୁପ । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ଦାବି ହୋଇଥିବା ବେଳେ ଘଟଣାକୁ ନେଇ ଆସନ୍ତା ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here