କରୋନା ସଟ ଡାଉନ ସମୟରେ ଦୁଗ୍ଧ ଚାଷୀଙ୍କ ବ୍ୟବସାୟକୁ ମାଡ଼

0
265

ନବରଙ୍ଗପୁର (ନ୍ୟୁଜଏକ୍ସଟ୍ରା) ରାଜ୍ୟରେ କୋରୋନା ମହାମାରୀ ଦ୍ରୁତ ବେଗରେ ବଢ଼ି ଚାଲିଥିବା ବେଳେ ସରକାର ଜୀବନ ଏବଂ ଜୀବିକା ଉଭୟ କୁ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ନିଜ ଉତ୍ପାଦିତ ଦୁଗ୍ଧ କୁ କୁ ବିକ୍ରୀ କରି ନପାରି ହନ୍ତ ସନ୍ତ ହେଉଛନ୍ତି ଦୁଗ୍ଧ ଚାଷୀ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଧୋଡରା ଗ୍ରାମରେ । ଧଡ୍ରା ଠାରେ ରହିଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଉପରେ ନିର୍ଭର କରନ୍ତି ଝରିଗାଁ ବ୍ଲକ୍ ର ଧୋଡ୍ରା, ପୂର୍ଲା, କରାଗାଁ ସହିତ ଅନେକ ଗ୍ରାମର ଦୁଗ୍ଧ ଚାଷୀ । ପ୍ରତିଦିନ ଏଠାକୁ ଆସେ ପ୍ରାୟ 950 ଲିଟର ଦୁଗ୍ଧ । କିନ୍ତୁ ବର୍ତ୍ତମାନ କରନା ଚାଲିଥିବା ସମୟରେ ଓମ୍ଫେଡ୍ ଚାଷୀ ଙ୍କ ଠାରୁ ଗ୍ରହଣ କରୁନି ଦୁଗ୍ଧ । ଦୁଗ୍ଧ ର ମାନ ଖରାପ୍ ଦର୍ଶାଇ ଫେରାଇ ଦେଉଛି ସଂସ୍ଥା।ସଂସ୍ଥା ର ସୁପର ଭାଇଜର କହିଛନ୍ତି ଦୁଗ୍ଧ ର ମାନ ୪ ପଇଣ୍ଟ ଫେଟ ଓ ଲାକ୍ଟୋମିଟର ୨୭ ଆବଶ୍ୟକ । କିନ୍ତୁ ଚାଷୀ ଯେଉଁ ଦୁଗ୍ଧ ଅଣୁଛନ୍ତି ତାହା ନିୟମ ଅନୁସାରେ ନାହିଁ ତେଣୁ ମୁ ଦୁଗ୍ଧ ରଖିବିନାହିଁ ବୋଲି କହିଛନ୍ତି। ଏପଟେ ଚାଷୀ କହୁଛନ୍ତି ଯେ ସୁପର ଭାଇଜର କିଛି ଦୁଗ୍ଧ ବେପାରୀ ଙ୍କ ଠାରୁ ଦୁଗ୍ଧ ରଖୁଛନ୍ତି ଓ ନିଜ ଟାର୍ଗେଟ ପୁରଣ କରୁଛନ୍ତି ଓ ଚାଷୀ ଙ୍କ ଦୁଗ୍ଧ କୁ ଫେରାଇ ଦେଉଛନ୍ତି ଓ ଦୁଗ୍ଧ ନେବାର ୪ ରୁ ୫ ଦିନ ପରେ ତୁମ ଦୁଗ୍ଧ ଖରାପ ବାହାରିଲା ତେଣୁ ତୁମ ଟଙ୍କା କାଟି ଦିଆଯିବ ବୋଲି କହୁଛନ୍ତି । ଓ ଆମେ ଠିକ ସମୟରେ ଆମେ ଟଙ୍କା ପାଇପାରୁ ନାହୁଁ। ଏ ବିଷୟରେ ସଂସ୍ଥା ର ଉପରିସ୍ଥ ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଅବଗତ କରିଛୁ କିନ୍ତୁ ଆମ କଥା କେହି ଶୁଣୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ରିପୋର୍ଟ :ଵାଲା କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here