ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ୪ମଦ ମାଫିଆ ଗିରଫ।

0
780

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦଗିରିର ଜନୈକ ଗଣମାଧ୍ୟମ ପ୍ରତିନିଧି ଶ୍ରୀହରି ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଗଜପତି ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ। ଘଟଣାକୁ ୨୪ଘଣ୍ଟା ନପୁରୁଣୁ ଘଟଣାରେ ସଂପୃକ୍ତ ସମସ୍ତ ୪ଜଣ ଅଭିଯୁକ୍ତ ତଥା ସମ୍ପୃକ୍ତ ଅଞ୍ଚଳରେ ବେନିୟମ ଭାବେ ମଦ କାରବାର କରୁଥିବା ମଦମାଫିଆଙ୍କୁ ମୋହନା ଥାନା ପୋଲିସ ଗିତଫ କରିଥିବା ଜଣାପଡିଛି।ନିଜେ ମୋହନା ଥାନା ଅଧିକାରୀ ସୁଜିତ ନାୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଗଜପତି ଜିଲ୍ଲା ଅତିରିକ୍ତ ଏସ ପି ସିତାରାମ ଶତପଥୀ ସୂଚନା ଦେଇଛନ୍ତି। ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସର ସମୟୁପଯୋଗୀ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here