ସିବିଏସଇ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟର ଅନ୍ୱେଷାଙ୍କ ଦୁଇଗୋଟି ସ୍ୱର୍ଣ୍ଣ ପଦକ ହାସଲ

0
749

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଚଳିତ ମାସ ୧୩ ତାରିଖରୁ ଛତିଶଗଡ଼ ରାୟପୁର ଠାରେ ଆରମ୍ଭ ହୋଇଥିବା ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଗତକାଲି ମଧ୍ୟ ବ୍ରହ୍ମପୁରର ସ୍କେଟର ସଫଳତା ହାସଲ କରିଛନ୍ତି । ପ୍ରଥମ ଦିନରେ ୩୦୦ମିଟର ଟାଇମ ଟ୍ରାଏଲର ବାଳିକା ବିଭାଗର ୮ବର୍ଷ ବର୍ଗରେ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ତଥା ସାମ୍ବାଦିକ ଶ୍ରୀ ମାନସ ବିଷୋୟୀ ସୁପୁତ୍ରୀ ଅନ୍ୱେଷା ବିଷୋୟୀ ମାତ୍ର ୪୬ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଗତକାଲି ୧୦୦୦ ମିଟର ରେସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି ୧୧ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମପୁରର ଏହି ସ୍କେଟର ଦୁଇଗୋଟି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ,ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର କୋଚ୍ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ନିଜର କଠିନ ପରିଶ୍ରମ ଓ ଯୋରଦାର ଅଭ୍ୟାସ ଯୋଗୁଁ ଏହି ସଫଳତା ପାଇପାରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳତା ପାଇ ଆଗାମୀ ନଭେମ୍ୱର ମାସରେ କର୍ଣ୍ଣାଟକର ବେଲଗାଁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ କୁନି ସ୍କେଟର ଅନ୍ୱେଷା ମନୋନୀତ ହୋଇଛନ୍ତି । ପ୍ରତିଯୋଗୀତାର ସଫଳତା ହାସଲ କରି ପଦକ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here