ଟ୍ରକ ଧକ୍କାରେ ମହିଳା ମୃତ

0
766

ଗଂଜାମ /ଗୋଳନ୍ଥରା (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ )ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଜାତୀୟ ରାଜପଥ ୧୬ ରେ ପୁଣି ଜଣେ ମହିଳା ପରିବା ବିକାଳୀଙ୍କୁ ଧକ୍କା ଦେଲା ଟ୍ରକ। ଟ୍ରକଟି ଦୁର୍ଘଟଣା ଘଟାଇ ଚାଲିଯାଇଥିବା ବେଳେ ମହିଳା ପରିବା ବିକାଳୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ନିକଟସ୍ଥ ଚିକରଡା ଗ୍ରାମର କନକ ବେହେରା ବୋଲି ଜଣାପଡିଛି। ପରିବା ଧରି ରାସ୍ତା ପାର ହୋଇ ରଣ୍ଢା ବଜାରକୁ ଯାଉଥିବା ବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। କ୍ଷତିପୂରଣ ସହ ରଣ୍ଢା ଛକରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ମୋଟର, ଟ୍ରକ ଠିଆ ହୋଇ ରହିଛି। ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବହୁ ପ୍ରାଣହାନି ଘଟିଲାଣି। ଏଣୁ ଦୀର୍ଘ ଦିନ ହେଲା ଏକ ଫ୍ଲାଇ ଓଭର ବ୍ରିଜ କରିବାକୁ ଦାବି ହୋଇଥିଲା। ପ୍ରଶାସନ ସେଠାରେ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ବିଳମ୍ବ କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଲୋକେ ସେମାନଙ୍କ ଦାବି ପୂରଣ କରିବାକୁ ଅଡି ବସିଛନ୍ତି। ବିଜେପି ନେତା ବିଭୁତି ଜେନାଙ୍କ ନେତୃତ୍ୱରେ ରାସ୍ତାରୋକ ଚାଲିଥିବା ବେଳେ ଘଟଣା ସ୍ଥଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ସଦର ଏସ ଡି ପି ଓ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here