ସ୍ୱାୟତ୍ତଶାସନ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ କ୍ରିକେଟ୍ ମ୍ୟାଚରେ କର୍ପୋରେଟର ଦଳକୁ ହରାଇ ମିଡ଼ିଆ ଏକାଦଶ ବିଜୟୀ

0
315

ବ୍ରହ୍ମପୁର : ସ୍ୱାୟତ୍ତଶାସନ ଉପଲକ୍ଷେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ବନ୍ଧୁତ୍ୱ ମ୍ୟାଚ୍ ଅନୁଷ୍ଠିତ କରିଥିଲା ।ଏହି ବନ୍ଧୁତ୍ୱ ମ୍ୟାଚରେ ମିଡ଼ିଆ ଇଲେଭେନ ବନାମ କର୍ପୋରେଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ଇ.ବିବେକ୍ ରେଡ୍ଡୀ, ଅତିରିକ୍ତ ଆୟୁକ୍ତ ନୀଳମାଧଵ ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଏହା ଏକ ଭାଇଚାରାର ଖେଳ ବୋଲି କହିଥିଲେ । କର୍ପୋରେଟର ତରଫରୁ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା ଅଧିନାୟକ ଭାବେ ଟିମ୍ ସମ୍ଭାଳିଥିବା ବେଳେ, ମିଡ଼ିଆ ତରଫରୁ ଚିରଞ୍ଜିତ ରାଜଗୁରୁ ଅଧିନାୟକ କରିଥିଲେ । ଗୁରୁବାର ଦିନ ଖଲ୍ଲିକୋଟ କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ଏକ ବନ୍ଧୁତ୍ୱ ମ୍ୟାଚ,ଏଥିରେ ମିଡ଼ିଆ ଏକାଦଶ ଓ କର୍ପୋରେଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମିଡ଼ିଆ ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ । କର୍ପୋରେଟର ଦଳ ନିର୍ଦ୍ଧାରିତ ୧୫ ଓବର ମ୍ୟାଚରେ କର୍ପୋରେଟର ଦଳ ମାତ୍ର ୧୨ ଓବର ଖେଳି ସମସ୍ତ ଉଇକେଟ୍ ହରାଇ ମାତ୍ର ୭୯ ରନ୍ କରିଥିଲେ ।ଦଳ ପକ୍ଷରୁ ଅଧିନାୟକ ବିକ୍ରମ କୁମାର ପଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ୬ ବଲ୍ ଖେଳି ୫ ରନ୍ ଆଉଟ ହୋଇଯାଇଥିଲେ, ଦଳ ଧାରସାଇ ବେଳେ କର୍ପୋରେଟର ତ୍ରିପତି ପାତ୍ର ଧୂଆନ୍ଦlର ୨୪ ବଲ୍ ଖେଳି ୨୪ ରନ୍ ଓ କର୍ପୋରେଟର ସୂର୍ଯ୍ୟ କାନ୍ତ ସୁବୁଦ୍ଧି ୫ ବଲ୍ ଖେଳି ୧୩ ରନ କରିଥିଲେ । ମିଡ଼ିଆ ଏକାଦଶ ତରଫରୁ ବୋଲିଙ୍ଗରେ ମନୋଜ କୁମାର ପଣ୍ଡା ୩ ଓବର ପକାଇ ୧୩ ରନ୍ ଦେଇ ୩ ଗୋଟି ଉଇକେଟ୍ ଅକ୍ତିହାର କରିଥିଲେ ଓ ଗୋପାଳ ରେଡ୍ଡୀ ୨ ଓଭର ପକାଇ ୧୫ ରନ୍ ଦେଇ ୩ ଗୋଟି ଉଇକେଟ,ଚିରଞ୍ଜିତ୍ ରାଜଗୁରୁ ଓ ବାବୁଲା ପାଣିଗ୍ରାହୀ ଗୋଟିଏ ଗୋଟିଏ ଉଇକେଟ ଅକ୍ତିହାର କରିଥିଲେ ।ଏହାର ଜବାବରେ ମିଡ଼ିଆ ଏକାଦଶ ୮ ଓଭର ୩ଟି ବଲ ଖେଳି ଗୋଟିଏ ଉଇକେଟ ହରାଇ ଆବଶ୍ୟକ ରନର ପିଛା କରି ୮୦ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଆଶ୍ରିବାଦ ୩୨ ବଲ ଖେଳି ୫୪ ରନ୍ କରି ଅପରାଜିତ ରହିଥିଲେ,ପ୍ରଭଞ୍ଜନ ୧୨ ବଲ୍ ଖେଳି ୭ ରନ କରି ଆଉଟ୍ ହୋଇଯାଇଥିଲେ ।ଏହି ମ୍ୟାଚକୁ ମିଡ଼ିଆ ଏକାଦଶ ୯ ଗୋଟି ଉଇକେଟରେ ମ୍ୟାଚ ଜିତି ନେଇଥିଲା ।ଆଜିର ମ୍ୟାଚରେ ମେନଅଫଦା ମ୍ୟାଚ ଭାବେ ଆଶ୍ରିବାଦଙ୍କୁ ବିଜେଡି ନେତା ଭୀମସେନ ଦଳେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଥିଲେ ।ଆଜିର ମ୍ୟାଚର ଅମ୍ପାୟାର ଭାବେ ସୁରଜ ଏବଂ ଈଶ୍ୱର ମେଚ ପରିଚଳନା କରିଥିଲେ ।ଆସନ୍ତା ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ କାଯ୍ୟକ୍ରମରେ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରାଯିବ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here